orissaleads

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

Blog Post

orissaleads > ଜିଲ୍ଲା > ଯାଜପୁର > କଳା ଦିବସରେ ଇଂ ପ୍ରୀତିରଞ୍ଜନଙ୍କ ବଦଳା ରୂପକୁ ନେଇ ବିଜେଡି ଉତ୍ସାହିତ, ଚିନ୍ତାରେ ବିଜେପି

କଳା ଦିବସରେ ଇଂ ପ୍ରୀତିରଞ୍ଜନଙ୍କ ବଦଳା ରୂପକୁ ନେଇ ବିଜେଡି ଉତ୍ସାହିତ, ଚିନ୍ତାରେ ବିଜେପି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଇତି ମଧ୍ୟରେ ବିଜେପି ସରକାରକୁ ବର୍ଷେ ପୁରିଛି । ବର୍ଷେ ଭିତରେ ବିଜେପି ସରକାର କିଭଳି ରାଜ୍ୟ ଶାସନ କରିଛି, କେତେ ସଫଳ ହୋଇଛି ଓ ମୁଖ୍ୟ ଵିରୋଧି ଦଳ ବିଜେଡି ନିଜ ଵିରୋଧି ଦଳ ଭୂମିକାକୁ କେତେ ସଫଳତାର ସହିତ କାର୍ଯ୍ୟକାରୀ କରିଛି ତାକୁ ନେଇ ଚର୍ଚ୍ଚା ଆଲୋଚନା ଜାରୀ ରହିଛି । ହେଲେ ଗତ ୬ ତାରିଖରେ ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହୋଇଥିବା କଳା ଦିବସ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବତନ ମନ୍ତ୍ରୀ ତଥା ସୁକିନ୍ଦାର ପୂର୍ବତନ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ଗତ ନିର୍ବାଚନରେ ପରାଜିତ ହୋଇଥିଲେ । ନିର୍ବାଚନରେ ତାଙ୍କୁ ବିଜେପି ପ୍ରାର୍ଥୀ ତଥା ବର୍ତ୍ତମାନର ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପରାଜିତ କରିଥିଲେ । ହେଲେ ଲଗାତାର ତିନି ଥର ନିର୍ବାଚିତ ହୋଇଥିବା ଇଂ ଘଡାଇ ପରାଜୟକୁ ବେଶ ସହଜ ଭାବେ ଗ୍ରହଣ କରିଥିଲେ । ନିର୍ବାଚନରେ ଜୟ ପରାଜୟ ଦୁଇଟି ଅଂଶ । ରାଜନେତାଙ୍କ ମାଲିକ ହେଲେ ଭୋଟର । ସେମାନଙ୍କ ନିଷ୍ପତିକୁ ମୁଁ ସମ୍ମାନ ଦେଉଛି ବୋଲି କହିଥିଲେ । ହେଲେ ନିର୍ବାଚନ ପରେ ସୁକିନ୍ଦାରୁ ଦୁରେଇ ଯାଇ ନଥିଲେ ଇଂ ଘଡାଇ । ସର୍ବାଧିକ ସମୟ ସୁକିନ୍ଦାରେ ରହି ଲୋକଙ୍କ ସହିତ ଯୋଡି ହୋଇଥିଲେ । ବିଭିନ୍ନ ସାମାଜିକ କାର୍ଯ୍ୟରେ ଯୋଗଦେଇ ପୁନର୍ବାର ଲୋକଙ୍କ ହୃଦୟ ଜିତିବାକୁ ଉଦ୍ୟମ କରିଥିଲେ । ନିର୍ବାଚନ ବିଜୟ ପରେ ଗତ ବର୍ଷ ଜୁନ ୬ ତାରିଖରେ ସୁକିନ୍ଦାରେ ପ୍ରଥମ ରାଜନୈତିକ ଆକ୍ରମଣ ହୋଇଥିଲା । ମହନ୍ତ ସମ୍ପ୍ରଦାୟର ଜଣେ ଶ୍ରମିକ ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେପି ସମର୍ଥକ । ବେଶ କିଛିଦିନ କଟକରେ ରହି ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ । ଏହି ଘଟଣା ପରେ ବିଭିନ୍ନ ସମୟରେ ସୁକିନ୍ଦାରେ ହିଂସାକାଣ୍ଡ ଘଟିଛି । ଏ ନେଇ ପୋଲିସ ନିକଟରେ ଅଭିଯୋଗ ମଧ୍ୟ ହୋଇଛି । ହେଲେ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏକ ବର୍ଷ ମଧ୍ୟରେ ଇଂ ଘଡାଇ ମଧ୍ୟ ବେଶ ନୀରବତା ଅବଲମ୍ବନ କରିଛନ୍ତି । ତାଙ୍କ ନୀରବତା ଫଳରେ ବିଜେପି ଅଧିକ ହିଂସାକାଣ୍ଡ ସୁକିନ୍ଦାରେ ଘଟାଇଛି । ଗତ ୨୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ କଳିଙ୍ଗ ନଗର ଗସ୍ତ କରିଥିଲେ । ଏହି ଗସ୍ତ ପୂର୍ବରୁ ଇଂ ଘଡାଇ ଖଣି ଅଞ୍ଚଳ ବନ୍ଦ ଡାକରା ଦେଇ ଏସିଡ ଟେଷ୍ଟ କରିଥିଲେ । ଏହି ବନ୍ଦ ଡାକରାକୁ ଭରପୁର ଜନ ସମର୍ଥନ ମିଳିଥିଲା । ଏହା ପରେ ଏହି ପ୍ରତିଭାବାନ ତଥା ଚତୁର ଯୁବନେତା ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଥିଲେ । ଯେଉଁ ତାରିଖରେ ଶ୍ରମିକ ନେତା ଭରତ ଚନ୍ଦ୍ର ମହାନ୍ତଙ୍କ ଉପରେ ଆକ୍ରମଣ ହୋଇଥିଲା ସେଇ ଦିନ କଳା ଦିବସର ଡାକରା ଦେଇଥିଲେ । କଳା ଦିବସ କେତେ ସଫଳ ହେବ ତାକୁ ନେଇ ବେଶ ଚର୍ଚ୍ଚା ଆଲୋଚନା ହୋଇଥିଲା ବେଳେ ଗତ ୬ ତାରିଖରେ ପାଳିତ ହୋଇଥିଲା କଳା ଦିବସ । ସୁକିନ୍ଦା ନିର୍ବାଚନ ମଣ୍ଡଳୀ ବିଜେଡି ନେତା ନେତ୍ରୀଙ୍କୁ ଛାଡି ଜିଲ୍ଲାରୁ କେବଳ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ଓ ଜିଲ୍ଲା ବିଜେପି ସଭାପତି ସରୋଜ ମହାପାତ୍ର ଯୋଗଦାନ କରିଥିଲେ । କର୍ମୀଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ ନଥିଲା । ସମୟ ଅନୁଯାୟୀ ଡୁବୁରୀ ଛକ ନିକଟ କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ହଜାର ହଜାର କର୍ମୀ ଉପସ୍ଥିତ ହୋଇଥିଲେ । ସେଠାରେ ଇଂ ଘଡାଇ ଉପସ୍ଥିତ ହେବା ପୂର୍ବରୁ ଅନ୍ୟ ନେତୃବୃନ୍ଦ ବିଜେପିର କାର୍ଯ୍ୟକଳାପକୁ ତୀବ୍ର ଆକ୍ଷେପ କରିଥିଲେ ।

ଏହା ପରେ ଏକ ବିଶାଳ ବାଇକ ରାଲିରେ ପହଞ୍ଚିଥିଲେ ଇଂ ପ୍ରୀତିରଞ୍ଜନ ଘଡାଇ । ଜନ ସମୁଦ୍ର ମଧ୍ୟରେ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା । ସଭାରେ ନିଜର ବକ୍ତବ୍ୟ ନିଜ ଢ଼ଙ୍ଗରେ ଆରମ୍ଭ କରିଥିଲେ । ହେଲେ ସଭାରେ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ବଦଳା ରୂପ ଦେଖିଥିଲେ ଉପସ୍ଥିତ ହଜାର ହଜାର ସମର୍ଥକ । ବେଶ ଆକ୍ରମଣାତ୍ମକ ଢଙ୍ଗରେ ବିଜେପି ଦଳ, ନେତା ଓ କର୍ମୀଙ୍କ ଉପରେ ବର୍ଷିବା ଆରମ୍ଭ କରିଥିଲେ । ଏଥିରେ ଉତ୍ସାହିତ କର୍ମୀ ବିଭିନ୍ନ ନାରା ଦେଇ ତାଙ୍କୁ ଉତ୍ସାହିତ କରିଥିଲେ । ନିଜ ବକ୍ତବ୍ୟରେ ବିଭିନ୍ନ ବିଷୟରେ ଅବତାରଣା କରିଥିଲା ବେଳେ ବିଧାୟକ ଏବଂ ତାଙ୍କ ସମର୍ଥକଙ୍କୁ ତୀବ୍ର ଆକ୍ଷେପ କରି ସୁକିନ୍ଦା ଶାନ୍ତିର ମାଟି, ଏଠି ଅଶାନ୍ତି ସୃଷ୍ଟି କରିବାକୁ ତୁମକୁ ଅନୁମତି ଦେଲା କିଏ, ସୁକିନ୍ଦାର ସାଧାରଣ ଜନତାଙ୍କୁ ଆକ୍ରମଣ କରିବାର ଅଧିକାର ଦେଲା କିଏ ବୋଲି ପ୍ରଶ୍ନ କରିବା ସହିତ ଆଜି ଟ୍ରେଲର ଦେଖିଲ ଆଗକୁ ଫିଲ୍ମ ଦେଖିବ ବୋଲି କହିଥିଲେ । ଏହା ସହିତ ଆଉ ଦାଦାଗିରି ଚଳିବ ନାହିଁ, ସୁକିନ୍ଦାର ଲୋକଙ୍କ ଉପରକୁ ଆଙ୍ଗୁଳି ଉଠିଲେ ଆଙ୍ଗୁଳି କାଟି ଦିଆଯିବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ । ଇଂ ଘଡାଇଙ୍କ ବଦଳା ରୂପ ଦେଖି ସମସ୍ତେ ଚକିତ ହୋଇଥିଲା ବେଳେ କର୍ମୀଙ୍କ ମଧ୍ୟରେ ଉତ୍ସାହ କିନ୍ତୁ ଲହଡି ଭାଙ୍ଗୁଥିଲା । ଅତିରିକ୍ତ ଏସ୍ପିଙ୍କ ନିକଟକୁ ଦାବିପତ୍ର ଦେବାକୁ ଯିବାବେଳେ ହଜାର ହଜାର ସମର୍ଥକ ତାଙ୍କ ପଛରେ ଧାଡି ବାନ୍ଧି ଯାଉଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ଶେଷ ପୂର୍ବରୁ କେହି ସେଠାରୁ ଚାଲିଯାଇ ନଥିଲେ । ଯାହା ସାଧାରଣ ଜନତାଙ୍କ କ୍ଷୋଭ ଓ ଇଂ ଘଡାଇଙ୍କ ପ୍ରତି ପ୍ରତିବଦ୍ଧତାକୁ ପ୍ରକାଶ କରୁଥିଲା ।

କାର୍ଯ୍ୟକ୍ରମ ମଧ୍ୟରେ ଇଂ ଘଡାଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନିଜ ଦଳ ବିଜେଡି ଓ ଶାସକ ଦଳ ବିଜେପି ପ୍ରତି ଆହ୍ୱାନ ଦେଇଛନ୍ତି । ବିଜେପି ଶାସନ ନାମରେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ଅତ୍ୟାଚାର ବନ୍ଦ କରିବାର ଚେତାବନୀ ଦେଇଥିଲା ବେଳେ ମୁଖ୍ୟ ଵିରୋଧି ଦଳ ବିଜେଡି ସରକାରଙ୍କ ଜନ ଵିରୋଧି କାର୍ଯ୍ୟର ପ୍ରତିବାଦ କରିବା କରିବା ଜରୁରୀ ବୋଲି ମଧ୍ୟ ସୂଚାଇ ଦେଇଛନ୍ତି । ନିରବତାର ସୁଯୋଗ ନେଇ ବିଜେପି ଅନ୍ୟାୟ ଓ ଅତ୍ୟାଚାର କରୁଛି । ଅପରପକ୍ଷେ ଜିଲ୍ଲାରେ ସୁକିନ୍ଦା କଳା ଦିବସକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଜିଲ୍ଲାର ଅନ୍ୟ ବିଜେଡି ନେତା ଇଂ ଘଡାଇଙ୍କ ଭଳି ଆଭିମୁଖ୍ୟ ରଖିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା ବେଳେ ଦଳ ଯେତେବେଳେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ସେଇ ସମୟରେ ଜିଲ୍ଲା ବିଜେଡିର ଦାୟିତ୍ୱ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଉପରେ ସୁପ୍ରିମୋ ନ୍ୟସ୍ତ କରିବା ଜରୁରୀ ବୋଲି ବହୁ ବିଜେଡି ନେତା ମତ ଦେଇଛନ୍ତି । ଯାହା ଦଳ ପାଇଁ ବେଶ ସଫଳତା ଆଣିବ । କଳା ଦିବସ ପରେ କେବଳ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ନୁହେଁ ଜିଲ୍ଲାରେ ବିଜେପି ବେଶ ଚିନ୍ତିତ ହୋଇ ପଡିଛି । ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ନ କଲେ ଆଗକୁ ବିଜେପି ସମସ୍ୟାରେ ପଡିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ।

Leave a comment

Your email address will not be published. Required fields are marked *