ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ମାନେ ବିଭାଗୀୟ ମୁଖ୍ୟ ଡ଼ଃ ନରୋତ୍ତମ ପରିଡା, ଅଧ୍ୟାପକ ସୁନୀଲ ସେଠୀ, ଅଧ୍ୟାପିକା ସସ୍ମିତା ମଲ୍ଲିକଙ୍କୁ ବନ୍ଦାପନା କରିବା ସହିତ ପୁଷ୍ପ ଗୁଛ ପ୍ରଦାନ କରିଥିଲେ । ବିଭାଗୀୟ ମୁଖ୍ୟ ଡ଼ଃ ପରିଡା ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଥିଲ ଆମ ସଂସ୍କୃତିରେ ଗୁରୁ ପରମ୍ପରା ବେଶ ପୁରାତନ । ଗୁରୁ ଆଶିର୍ବାଦ ଛାତ୍ରଛାତ୍ରୀଙ୍କୁ ସୁ ନାଗରିକ ଭାବେ ଗଢି ତୋଳିଥାଏ । ଗୁରୁ ଶିଷ୍ୟ ପରମ୍ପରା ଗୁରୁ ଓ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ନିବିଡ଼ କରିଥାଏ ବୋଲି ମତ ବ୍ୟକ୍ତ କରିଥିଲେ ।




















