ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଜେଡି ଆନ୍ଦୋଳନ ସମୟରେ ଗୁରୁତର ଆହତ ହୋଇଥିବା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଆଜି ଇଂ ଘଡାଇଙ୍କ ନୟାପଲ୍ଲୀ ସ୍ଥିତ ବାସଭବନକୁ ଯାଇ ଲେଖାଶ୍ରୀ ତାଙ୍କୁ ଭେଟିଥିଲେ ।
