ଓଡ଼ିଶା ଲିଡ୍ସ(ଯାଜପୁର): ମୂଳାପାଳ ନିକଟରେ କଟକରୁ ବରୀ ଆସୁଥିବା ସ୍ୱସ୍ତି ରଥ ନାମକ ବସ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଦୁର୍ଘଟଣାରେ ୨୦ ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କ ଚିକିତ୍ସା ଚାଲିଥିଲା ବେଳେ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।
