ଓଡ଼ିଶା ଲିଡ୍ସ(ବ୍ୟୁରୋ):ମହାନ କ୍ରିକେଟର ଦିଲ୍ଲୀପ ଦୋଶୀଙ୍କର ସୋମବାର ରାତିରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି । ସେ ଭାରତ ପାଇଁ ୧୯୭୯ ମସିହାରୁ ୧୯୮୩ ମସିହା ପର୍ଯ୍ୟନ୍ତ ପ୍ରତିନିଧିତ୍ବ କରିଥିଲେ ।
ଏହି ବାମହାତୀ ସ୍ପିନର ଦେଶ ପାଇଁ ୩୩ ଟେଷ୍ଟ୍ ଓ ୧୫ ଦିନିକିଆ ମ୍ୟାଚ ଖେଳିଥିଲେ। ଘରୋଇ କ୍ରିକେଟ୍ରେ ସେ ଦୀର୍ଘ ବର୍ଷ ପାଇଁ ସୌରାଷ୍ଟ୍ର ପାଇଁ ଖେଳିଥିଲେ। ନିଜ ଦକ୍ଷତା ତଥା ଅସାଧାରଣ ପ୍ରତିଭା ପାଇଁ ସେ ବିଶ୍ବ କ୍ରିକେଟ୍ରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ନିକଟରେ ସେ ବିସିସିଆଇ ପୁରସ୍କାର ପ୍ରଦାନ ଉତ୍ସବ ଏବଂ ଲର୍ଡସରେ ଅନୁଷ୍ଠିତ ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ ବେଳେ ମଧ୍ୟ ଉପସ୍ଥିତ ଥିଲେ। ସେ ୩୩ ଟେଷ୍ଟରୁ ୧୧୪ ୱିକେଟ୍ ଏବଂ ୧୫ ଦିନିକିଆରୁ ୨୨ ୱିକେଟ୍ ଅକ୍ତିଆର କରିଥିଲେ।
୧୯୮୧ ମସିହାର ମେଲବର୍ଣ୍ଣ ଟେଷ୍ଟ୍ରେ ସେ ନେଇଥିବା ୫ ୱିକେଟ୍ ସଫଳତାକୁ ଶ୍ରେଷ୍ଠ ବିବେଚନା କରାଯାଏ । ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ସେ ୨୩୮ ମ୍ୟାଚ୍ରୁ ୪୩ ଥର ୫ ୱିକେଟ୍ ସଫଳତା ପାଇଥିଲେ । ସେ ମୋଟ ୮୯୮ ୱିକେଟ୍ ଅକ୍ତିଆର କରିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ସେ ସୌରାଷ୍ଟ୍ର, ବେଙ୍ଗଲ, ନଟିଂହାମସାୟାର, ୱାରୱିକ୍ସାୟାର ପାଇଁ ଖେଳିଥିଲେ । ତାଙ୍କ ଦେହାନ୍ତ କ୍ରିକେଟ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।