ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି । ଏହି ପରିସ୍ଥିତିରେ, ଭାରତ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର କହିଛନ୍ତି ଯଦି ଭବିଷ୍ୟତରେ କୌଣସି ଆତଙ୍କବାଦୀ ଘଟଣା ଘଟେ, ତେବେ ଏହାକୁ ଯୁଦ୍ଧ କାର୍ଯ୍ୟ ଭାବରେ ବିବେଚନା କରିବ ଭାରତ ।
ଆଗାମୀ ଦିନରେ ଭାରତ ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ବିରୁଦ୍ଧରେ ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ କରିବ। ଯଦି ପାକିସ୍ତାନ ଆତଙ୍କବାଦୀମାନେ ଏପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ ଭାରତ ଏହାକୁ ପାକିସ୍ତାନ ସରକାର ଏବଂ ସେନା ଦ୍ୱାରା ଭାରତ ବିରୁଦ୍ଧରେ ଯୁଦ୍ଧ ଭାବରେ ବିବେଚନା କରିବ ବୋଲି ସ୍ପଷ୍ଟ କରିଛି ।
ଭାରତର ଏହି ନିଷ୍ପତି ଆତଙ୍କବାଦ ବିରୋଧୀ ଯୁଦ୍ଧ ଓ ପାକିସ୍ଥାନ ନୀତିରେ ଏକ ବଡ଼ ପରିବର୍ତ୍ତନ ବୋଲି ବିବେଚନା କରାଯାଉଛି । ଏପରି ନୀତିର ଅର୍ଥ ହେଉଛି ଭବିଷ୍ୟତରେ ଏହି ଯୁଦ୍ଧ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ସିଧାସଳଖ କ୍ଷମତା ମିଳିବ ।