ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟ ବିଜେପି ସଭାପତି ଭାବେ ନିର୍ବାଚିତ ହେବା ପରେ ପୁରୀ ଯାଇ ରଥାରୂଢ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ କାମନା କରିଛନ୍ତି ବରିଷ୍ଠ ରାଜନେତା ମନମୋହନ ସାମଲ । ବଡ଼ଦାଣ୍ଡରେ ପହଞ୍ଚି ତିନି ଦିଅଁଙ୍କୁ ଦର୍ଶନ କରିବା ସହିତ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ । ଏହି ସମୟରେ ପୁରୀ ସାଂସଦଙ୍କ ସହିତ ଅନ୍ୟ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।
