ଓଡ଼ିଶା ଲିଡ୍ସ(ବ୍ୟୁରୋ): ମିଶନ ଜ୍ୟୋତି ଟ୍ରଷ୍ଟ ପକ୍ଷରୁ ଶନିବାର ଦିନ ସେଣ୍ଟ୍ରାଲ ରେଡ଼ କ୍ରସ, କଟକ ଠାରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ୱର୍ଗତ ହ୍ୟୁମାନ୍ ସାଗରଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ବାରବାଟୀ- କଟକର କର୍ପୋରେଟର ଚିତ୍ତ ରଞ୍ଜନ ଦାଶ, କଟକ ମର୍କତନଗର ବିଜେପି ମଣ୍ଡଳ ସଭାପତି ସନ୍ଦୀପ ବିଶ୍ୱାଳ, ଶ୍ରୀ ଜଗନ୍ନାଥ ମେଗା ଧାରାବାହିକର ମୁଖ୍ୟ ନାୟକ ସମୀର ତ୍ରିପାଠୀ, ସମାଜସେବୀ ପ୍ରଶାନ୍ତ କୁମାର ଦାସ, ‛ରୂପାୟନ’ ଅନୁଷ୍ଠାନର ସଭାପତି ଶ୍ରଦ୍ଧାଞ୍ଜଳୀ ରାଏ, ସମଗ୍ର ଓଡ଼ିଶା ସେବା ଅଭିଯାନର ମୁଖ୍ୟ ସଚେତକ ବିଭୂ ପ୍ରସାଦ ଶତପଥୀ, ସମାଜସେବୀ ଦୀପରାଣୀ ପଟ୍ଟନାୟକ ଯୋଗଦେଇଥିଲେ। ଏହି ରକ୍ତଦାନ ଶିବିରରେ ମୋଟ ୪୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ମିଶନ ଜ୍ୟୋତି ଟ୍ରଷ୍ଟର ସଭାନେତ୍ରୀ ରଶ୍ମିଲତା ବଳ, ସମ୍ପାଦକ ମାନସ ରଞ୍ଜନ ବେହେରା, ରୁନି ପ୍ରଧାନ ଓ ଅନ୍ୟ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ। ବିଶିଷ୍ଟ ସମାଜସେବୀ ଅଭିମନ୍ୟୁ ଦାସ ଓ ଲଳିତ ରାଏ ସମସ୍ତ ରକ୍ତଦାତା ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହିତ ବାରମ୍ବାର ରକ୍ତଦାନ କରିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ସମାଜସେବୀ ରାମ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।




















