ଓଡ଼ିଶା ଲିଡ୍ସ(ଯାଜପୁର): ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ନଡ଼ିଆଭଙ୍ଗା ପଞ୍ଚାୟତର ରାମଠେଙ୍ଗା ଠାରେ ଆୟୋଜିତ ରକ୍ଷା ବନ୍ଧନ ଉତ୍ସବରେ ଯୋଗଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସେଠାରେ ଉପସ୍ଥିତ ବଡ଼ ଓ ସାନ ଭଉଣୀମାନେ ବନ୍ଦାପନା କରି ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଭାଇ ଭଉଣୀଙ୍କ ସ୍ନେହ ମମତାର ଏହି ପବିତ୍ର ବନ୍ଧନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ମଙ୍ଗଳ କାମନା କରିଥିଲେ ଇଂ ଘଡାଇ ।
