ଓଡ଼ିଶା ଲିଡ୍ସ(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ଷୀୟାନ ରାଜନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ତାଙ୍କ ବ୍ୟକ୍ତିଗତ ବନ୍ଧୁ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ । ତାଙ୍କ ଶେଷ ଦର୍ଶନ କରିବା ପରେଡ଼ଃ ଘଡାଇ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ତାଙ୍କ ବିୟୋଗ ଫଳରେ ରାଜ୍ୟ ବ୍ୟକ୍ତିଗତ ସ୍ୱାର୍ଥ ଓ ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ବରେ ଥିବା ଜଣେ ନେତାଙ୍କୁ ହରାଇଲା ସିନା, ମୁଁ କିନ୍ତୁ ମୋର ବନ୍ଧୁଙ୍କୁ ହରାଇଛି । ତାଙ୍କ ବିୟୋଗ ମତେ ବ୍ୟଥିତ ଓ ମର୍ମାହତ କରିଛି । ଆମେ ସମ ବୟସ୍କ ଥିଲୁ, ଆମ ଭିତରେ ନିବିଡ଼ ବନ୍ଧୁତା ଥିଲା । ତାଙ୍କ ଭଳି ନେତା ରାଜନୈତିକ ଗଣ୍ଡିରେ ସୀମିତ ନୁହଁନ୍ତି । କହିବାକୁ ଗଲେ ସେ ରାଜ୍ୟ ବିଜେପିର ପ୍ରତିଷ୍ଠାତା ସଦସ୍ୟ, ହେଲେ ଦଳୀୟ ସଂକୀର୍ଣ୍ଣତା ତାଙ୍କୁ ସ୍ପର୍ଶ କରିନଥିଲା । ତାଙ୍କ ସମୟରେ ଦେଶରେ ଜାତୀୟ ରାଜପଥର ବ୍ୟାପକ ବିକାଶ ହୋଇଥିଲା ବେଳେ ଓଡ଼ିଶାରେ ମଧ୍ୟ ବ୍ୟାପକ ବିକାଶ ହୋଇଥିଲା । ଏହି ସମୟରେ ସେ ସ୍ୱର୍ଗତ ପ୍ରଧାନଙ୍କ ସମୟରେ ଚଣ୍ଡିଖୋଲ-କନକ ତୋରା ୫୩ ନମ୍ବର ଜାତୀୟ ରାଜପଥ ବିକାଶ କିଭଳି ସମ୍ଭବ ହେଲା ଓ ସେଥିରେ ଡାକ୍ତର ପ୍ରଧାନଙ୍କ ଭୂମିକା କଣ ଥିଲା ସେ ବିଷୟରେ କହିଥିଲେ । ରାଜ୍ୟ ବିକାଶ ପ୍ରତି ତାଙ୍କ ନିଷ୍ଠା, ଶ୍ରଦ୍ଧା ଓ ଅଙ୍ଗୀକାର ବଦ୍ଧତା ରହିଥିଲା ବେଳେ ତାଙ୍କ ଦେହାନ୍ତ ରାଜ୍ୟ ରାଜନୀତିରେ ବିରାଟ ଶୁନ୍ୟ ସ୍ଥାନ ସୃଷ୍ଟି କରିଛି । ଏହା ସହିତ ତାଙ୍କ ଅମର ଆତ୍ମାର ଶାନ୍ତି କାମନା ସହିତ ପରିବାରକୁ ସମବେଦନା ଜଣାଇଛନ୍ତି ଡ଼ଃ ଘଡାଇ ।
