ଓଡ଼ିଶା ଲିଡ୍ସ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟବାସୀ ସୁରକ୍ଷିତ ଏବଂ ସବୁଜ ଦୀପାବଳି ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆଲୋକ ଏବଂ ଆନନ୍ଦର ପର୍ବ ଦୀପାବଳି ଅବସରରେ ମୁଁ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି। ଜ୍ଞାନର ଆଲୋକ ମଣିଷଙ୍କୁ ଅଜ୍ଞାନର ଅନ୍ଧକାରରୁ ରକ୍ଷା କରେ। ଦୀପାବଳିର ପର୍ବ ଆମକୁ ନୂତନ ଆଶା, ସ୍ୱପ୍ନ ଏବଂ ଲକ୍ଷ୍ୟ ସହିତ ଏକ ସୁନ୍ଦର ଏବଂ ସମୃଦ୍ଧ ଭବିଷ୍ୟତକୁ ସ୍ୱାଗତ କରିବାକୁ ଉତ୍ସାହିତ କରେ । ଏହି ବର୍ଷ, ପ୍ରକୃତି ଏବଂ ପରିବେଶକୁ ସମ୍ମାନ ଦେଇ ଏକ ପ୍ରଦୂଷଣମୁକ୍ତ ଏବଂ ସବୁଜ ଦୀପାବଳି ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି।




















