ଓଡ଼ିଶା ଲିଡ୍ସ(ବ୍ୟୁରୋ): କିଛିଦିନ ହେବ ଚର୍ଚ୍ଚାରେ ଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ଆଜି ନିଲମ୍ବିତ କରିଛି ଦଳରୁ । ଦଳ ଵିରୋଧି କାମ ପାଇଁ ଦଳ ତାଙ୍କୁ ନିଲମ୍ବିତ କରିଛି । ପୂର୍ବରୁ ଶ୍ରୀମୟୀ ବିଭିନ୍ନ ପଦପଦବୀରେ ରହିଥିଲା ବେଳେ ନିକଟରେ ତାଙ୍କୁ ଦଳ ମହିଳା ଶାଖାର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତି ଦେଇଥିଲା । ହେଲେ ସେ ଏହି ପଦବୀକୁ ଗ୍ରହଣ କରି ନଥିଲେ । ବରଂ ନିଜ ସାମାଜିକ ଗଣ ମାଧ୍ୟମରେ ଧୃତରାଷ୍ଟ୍ର ଓ ଭଣ୍ଡ ସନ୍ୟାସୀ ଟିପ୍ପଣୀ ଦେଇ ବେଶ ଚର୍ଚ୍ଚାକୁ ଆସିଥିଲେ । ଆଜି ଦଳ ତାଙ୍କୁ ନିଲମ୍ବନ କରିବା ପରେ ନିଜ ପ୍ରତିକ୍ରିୟାରେ ଶ୍ରୀମୟୀ କହିଛନ୍ତି ସ୍ୱାଭିମାନ ସହିତ ସାଲିସ କରିନାହିଁ କି କରିବି ନାହିଁ । ଆଜକୁ ବର୍ଷେ ହେଲା ଦଳ ସହିତ ନଥିଲି କି ସଦସ୍ୟତା ନବିକରଣ ବି କରିନାହିଁ । ସେ ଦଳ ମତେ ନିଲମ୍ବନ କରିବା, ଜଗତେ କେବଳ ଜନେ ହସିବେ ।





















