ଓଡ଼ିଶା ଲିଡ୍ସ(ଯାଜପୁର): ଦାନଗଦି ବିଜେଡି କାର୍ଯ୍ୟାଳୟରେ ଇଦ ପର୍ବ ପାଳିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଏହି ଉତ୍ସବରେ ଉପସ୍ଥିତ ରହି ମୁସଲମାନ ଭାଇ ଭଉଣୀ ମାନଙ୍କୁ ଇଦ ପର୍ବର ଶୁଭେଛା ଓ ଶୁଭକାମନା ଜଣାଇ ଥିଲେ । ଇଂ ଘଡାଇ ସମସ୍ତ ଆଗନ୍ତୁଙ୍କୁ ମିଠା ଖୁଆଇ ଶୁଭେଛା ଜଣାଇଥିଲେ । ଏହି ଅବସରରେ ଇଂ ଘଡାଇ କହିଥିଲେ ଭାଇଚାରା ଆମ ସଂସ୍କୃତି, ଆମ ପରିଚୟ । ଆମେ ସମସ୍ତେ ଏକତାରେ ବନ୍ଧା । ଏହି ବନ୍ଧନ ଅତୁଟ ରଖିବାକୁ ଆମେ ଯତ୍ନବାନ ହେବା ଜରୁରୀ । ଉପସ୍ଥିତ ମୁସଲମାନ ଭାଇ ମାନେ ଇଂ ଘଡାଇଙ୍କୁ ଆଲିଙ୍ଗନ କରିବା ସହିତ ଇଦର ପ୍ରତି ଶୁଭେଛା ଜଣାଇଥିଲେ ।
