Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ହୁଗୁଳା ଆଇନ କାନୁନ, ପୋଲିସ ଉପରେ ଅପରାଧି ଭାରି

ହୁଗୁଳା ଆଇନ କାନୁନ, ପୋଲିସ ଉପରେ ଅପରାଧି ଭାରି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିରେ ଦ୍ରୁତ ଅବନତି ଘଟୁଛି । ଆଇନ କାନୁନ ବ୍ୟବସ୍ଥାକୁ ଅପରାଧି ଭ୍ରୁକ୍ଷେପ କରୁ ନାହାନ୍ତି । ଯାହାର ନଜିର ଦୈନିକ ଦେଖିବାକୁ ମିଳୁଛି । ଅପରାଧି ବେଲଗାମ ହୋଇଛନ୍ତି । ବିଶେଷ କରି ପୋଲିସ ବିଧି ବ୍ୟବସ୍ଥା ଉପରେ ଅପରାଧୀଙ୍କର ଆଦୌ ଭୟ ରହୁନାହିଁ । ଅପରାଧି ସଂଘବଦ୍ଧ ଭାବେ ପୋଲିସ ଉପରେ ଅତର୍କିତ ଆକ୍ରମଣ କରିବା, ପୋଲିସ ଗାଡିକୁ ଭଙ୍ଗାରୁଜା କରିବା ସହିତ ପୋଲିସକୁ ମାଡ଼ମାରି ରକ୍ତାକ୍ତ କରୁଛନ୍ତି । ଦୁଇ ଦିନରେ ଦୁଇଟି ଘଟଣା ଅପରାଧି ପୋଲିସ ଉପରେ କିଭଳି ଭାରି ପଡୁଛନ୍ତି ତାକୁ ପ୍ରମାଣିତ କରୁଛି । ଗତକାଲି ଯାଜପୁର ଜିଲ୍ଲା କୋରେଇ ଥାନା ଅଧିନରେ ଏକ ଘଟଣା ଘଟିଥିଲା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ଭରତପୁର ଅଞ୍ଚଳରେ ଘଟିଛି ଅନ୍ୟଏକ ଘଟଣା । ଉଭୟ ଘଟଣାରେ ପୋଲିସକୁ ଆକ୍ରମଣ କରାଯାଇଥିଲା ବେଳେ ପୋଲିସ ଗାଡି ଭଙ୍ଗାରୁଜା ହୋଇଛି । ଗତକାଲି କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ ଦୁଇଜଣ ବାଇକ ଲୁଟେରାକୁ ଧରିବାକୁ କୋରେଇ ଥାନା ଅଧିନ ଏକ ପଞ୍ଚାୟତର ପୂର୍ଵକୋଟ ତେଲେଙ୍ଗାବସ୍ତିକୁ ଯାଇଥିଲା ବେଳେ ଏହି ଘଟଣା ଘଟିଥିଲା । ଦୁଇ ବାଇକ ଲୁଟେରାଙ୍କୁ ଥାନା ଅଧିକାରୀ ଧରିଥିଲା ବେଳେ ବସ୍ତିର ଲୋକମାନେ ସଂଘବଦ୍ଧ ଭାବେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କୁ ଲହୁଲୁହାଣ କରିଥିଲା ବେଳେ ଅନ୍ୟ କର୍ମଚାରୀଙ୍କୁ ବି ଆକ୍ରମଣ କରି ଲୁଟେରାଙ୍କୁ ପୋଲିସ ହାତରୁ ଛଡାଇ ନେଇଛନ୍ତି। ଏହା ସହିତ ଥାନା ଗାଡିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ଅପରାଧୀଙ୍କ ଆଡ୍ଡା ସ୍ଥଳ ଏହି ପଞ୍ଚାୟତର ବାସିନ୍ଦା ଆଇନ କାନୁନ କି କିଭଳି ସମ୍ମାନ ଦେଉଛନ୍ତି ଓ ମାନୁଛନ୍ତି ଏହା ତାହାର ନମୁନା ମାତ୍ର । ଅନ୍ୟପକ୍ଷରେ ଆଜି ଖୋର୍ଦ୍ଧା ଜିଲ୍ଲା ଭରତପୁର ଅଞ୍ଚଳରେ ଜଣେ ଆକ୍ରମଣକାରୀକୁ ଗିରଫ କରିବାକୁ ପୋଲିସ ଯାଇଥିଲା ବେଳେ ଗ୍ରାମବାସୀ ପୋଲିସ ଉପରେ ସଂଘବଦ୍ଧ ଆକ୍ରମଣ କରି ଜଣେ ମହିଳା ଏଏସଆଇଙ୍କୁ ଆହତ କରିବା ସହିତ ପୋଲିସ ଡ୍ରାଇଭରଙ୍କୁ ମଧ୍ୟ ଆକ୍ରମଣ କରି ଗାଡି ଭଙ୍ଗାରୁଜା କରିଛନ୍ତି । ଉଭୟ ଘଟଣାରେ ପୋଲିସ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି । ହେଲେ ଚିନ୍ତାର ବିଷୟ ହେଉଛି ଅଭିଯୁକ୍ତ ମାନଙ୍କୁ ଧରିବାକୁ ପୋଲିସ ଗଲାବେଳେ ଗ୍ରାମବାସୀ ସଂଘବଦ୍ଧ ଆକ୍ରମଣ କରି ପୋଲିସ ହାତରୁ ଅଭିଯୁକ୍ତଙ୍କୁ ଛଡାଇ ନେବାରେ ସକ୍ଷମ ହେଉଛନ୍ତି । ଏହା ପରେ ପୋଲିସ କଣ ପଦକ୍ଷେପ ନେଉଛି ଓ ନେବ ଏହାତ ଭିନ୍ନ କଥା ହେଲେ ପୋଲିସ ଅପରାଧିଙ୍କ ଆକ୍ରୋଶର ଶିକାର ହେବା ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି । ଅନ୍ୟଏକ ଦିଗକୁ ଦେଖିଲେ ରାଜନୈତିକ ଚାପ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ସମୟରେ କୋହଳ କରିଦେଉଛି । ଫଳରେ ଅପରାଧିଙ୍କର ପୋଲିସ ଉପରେ ଭୟ ରହୁନାହିଁ । ରାଜନୈତିକ ଚାପରେ ପୋଲିସ ଚାପି ହୋଇଯାଉଥିଲା ବେଳେ ଅପରାଧି ଏହାକୁ ନେଇ ବିଭିନ୍ନ ସମୟରେ ପୋଲିସ ଉପରେ ଭାରି ପଡୁଛନ୍ତି । ରାଜନୈତିକ ଚାପରେ ଚାପି ନ ହୋଇ ପୋଲିସ ନିରପେକ୍ଷ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗକୁ ଏହି ସ୍ଥିତି ଅଧିକ ଜଟିଳ ହେବ ଏଥିରେ ସନ୍ଦେହ ନାହିଁ ।

Leave a comment

Your email address will not be published. Required fields are marked *