ଓଡ଼ିଶା ଲିଡ୍ସ(ଯାଜପୁର): ଜିଲ୍ଲାରେ ଡାଇରିଆ ରୋଗ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଛ, ମାଂସ ବିକ୍ରି ଉପରେ ପନ୍ଦର ଦିନ ପାଇଁ ରୋକ ଲଗା ଯାଇଛି । ହେଲେ ଯାଜପୁର ସଦର ଥାନା ଅଞ୍ଚଳରେ ଖୋଲା ମେଲାରେ ମଟନ ଓ ଚିକେନ୍ ବ୍ୟବସାୟ ଚାଲିଛି । ତାହା ପୁଣି ବରୀ-ବରୁଆଁ ରାସ୍ତାର ବିଭିନ୍ନ ଛକ ସ୍ଥାନ ମାନଙ୍କରେ । ହେଲେ ଏଥିପ୍ରତି ପୋଲିସ ଆଖି ବୁଜିଦେବା ଦେଖିବାକୁ ମିଳିଛି । ଗୋଟିଏ ପଟେ ପ୍ରଶାସନ ନିୟମକୁ ଜନ ସାଧାରଣ ମାନୁ ନଥିଲା ବେଳେ ବ୍ୟବସାୟୀ ଏହାକୁ ଚଢା ଦରରେ ବିକ୍ରି କରୁଛନ୍ତି । ଏ ନେଇ ପୋଲିସ କାହିଁକି ପଦକ୍ଷେପ ନେଉ ନାହିଁ ତାକୁ ନେଇ ବୁଦ୍ଧିଜୀବି ପ୍ରଶ୍ନ କରିଛନ୍ତି ।
