Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ମମତାର ବନ୍ଧନରେ ବନ୍ଧା ପ୍ରୀତିରଞ୍ଜନ

ମମତାର ବନ୍ଧନରେ ବନ୍ଧା ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଡାଇରିଆ ରୋଗ ଏବେ ପ୍ରାଣଘାତୀ ସାଜିଛି । ଦୁଇଟି ବ୍ଲକ ଦାନଗଦି ଓ ସୁକିନ୍ଦାରେ ବହୁ ସଂଖ୍ୟାରେ ରୋଗୀ ରୋଗରେ ପୀଡିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆଉ ଏଭଳି ବିପଦ ସମୟରେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ନିଜ ନିର୍ବାଚନ ମଣ୍ଡଳୀରେ ଘୁରି ବୁଲୁଛନ୍ତି । କେତେବେଳେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଘରେ ପହଞ୍ଚି ସମବେଦନା ଜଣାଇ କ୍ରିୟା କର୍ମର ବ୍ୟବସ୍ଥା କରୁଛନ୍ତି ତ ଆଉ କେତେବେଳେ ମେଡିକାଲରେ ପହଞ୍ଚି ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି । କେହି ଯେମିତି ଚିକିତ୍ସା ସେବା ପାଇବାରୁ ବଞ୍ଚିତ ନହୁଏ ସେ ନେଇ ଡାକ୍ତର ଓ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି । ଏହା ବାଦ ଗାଁ କୁ ଗାଁ ବୁଲି ସତର୍କ ହେବାକୁ ପରାମର୍ଶ ଦେଉଛନ୍ତି । ଆପଣାର ଲୋକଙ୍କ ପାଇଁ ଦିନ ରାତି ଏକ କରି ଦେଇଛନ୍ତି । ଗତ କାଲି ଦାନଗଦି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ଜଣ ଜଣ କରି ରୋଗୀଙ୍କ ସହିତ ଆଲୋଚନା କରିଥିଲେ । ଏହା ପରେ ଡାକ୍ତରଙ୍କ ସହିତ ବିଚାର ବିମର୍ଷ ମଧ୍ୟ କରିଥିଲେ । ଏହି ସମୟରେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ବୟସ୍କା ମହିଳା ଜଣେ ପ୍ରୀତିରଞ୍ଜନଙ୍କୁ ଜାବୁଡି ଧରିଥିଲେ । ଲୁହ ଛଳ ଛଳ ଆଖିରେ ତାଙ୍କୁ ଜାବୁଡି ଧରି ନିଜର ଦୁଃଖ ଜଣାଇଥିଲେ । ମହିଳା ଜଣଙ୍କୁ ପ୍ରୀତିରଞ୍ଜନ କହିଥିଲେ ମା ମୁଁ ଅଛି, ତୁମକୁ ଛାଡି କୁଆଡେ ଯାଇ ନାହିଁ । ସବୁ ବେଳେ ସବୁ ସମୟରେ ତୁମ ମାନଙ୍କ ସହିତ ଅଛି, ବ୍ୟସ୍ତ ହୁଅ ନାହିଁ । ମା ଜଣକ ତାଙ୍କୁ କହୁଥିଲେ ବାପା ଆମ ଗାଁକୁ ଆସିଲେ ଟିକେ ଆମ ଘରକୁ ଆସିବ । ଆଉ ନିର୍ଭର ପ୍ରତିଶୃତି ବି ଦେଇଥିଲେ ପ୍ରୀତିରଞ୍ଜନ । କହିଥିଲେ ମା ନିଶ୍ଚିତ ଆସିବି ତୁମ ଘରକୁ । ଏ ହେଲେ ଗତ ନିର୍ବାଚନରେ ପରାଜିତ ହୋଇଥିବା ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ପରାଜିତ ସିନା ହୋଇଛନ୍ତି, ହେଲେ ଆଜିବି ସୁକିନ୍ଦାବାସୀଙ୍କ ହୃଦୟରେ ମଜବୁତ ବସା ବାନ୍ଧିଛନ୍ତି । ନା ସୁକିନ୍ଦାକୁ ସେ ଛାଡୁଛନ୍ତି, ନା ସୁକିନ୍ଦାବାସୀ ତାଙ୍କୁ ଛାଡୁଛନ୍ତି । ନିଜର ନିଆରା ପଣରେ ପ୍ରୀତିର ବନ୍ଧନରେ ସମସ୍ତଙ୍କୁ ବନ୍ଧୁଛନ୍ତି ପ୍ରୀତିରଞ୍ଜନ । ଦିନେ ହାତ ଛାଡିଥିବା ଲୋକ ବି ତାଙ୍କ ହାତ ଧରି ଚାଲିବାକୁ ପଣ କରୁଛନ୍ତି ।

Leave a comment

Your email address will not be published. Required fields are marked *