ଓଡ଼ିଶା ଲିଡ୍ସ(ଯାଜପୁର): ୧୬ ନମ୍ବର ଜାତୀୟ ରାଜପଥ ବଡ଼ଚଣା ନିକଟରେ ଦୁର୍ଘଟଣା ଘଟି ଦୁଇଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ବାଇକରେ ତିନି ଜଣ ଯୁବକ ଚଣ୍ଡିଖୋଲରୁ ବଡ଼ଚଣା ଅଭିମୁଖେ ଫେରୁଥିବା ସମୟରେ ବଡ଼ଚଣା ଛକ ପରେ ଏକ ଅଜଣା ଗାଡ଼ି ବାଇକକୁଧକ୍କା ଦେଇଥିଲା। ଯାହା ଫଳରେ ବାଇକରେ ଥିବା ତିନି ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡିକାଲରେ ସ୍ଥାନୀୟ ଲୋକେ ଭର୍ତ୍ତି କରିଛନ୍ତି । ମୃତକ ମାନେ ଚଣ୍ଡୀତଳ ପଞ୍ଚାୟତର ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚିଛି ।
