Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ରଥ ଯାତ୍ରା ବିଭ୍ରାଟ ପାଇଁ ପୁଣି ଘୁଞ୍ଚିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ

ରଥ ଯାତ୍ରା ବିଭ୍ରାଟ ପାଇଁ ପୁଣି ଘୁଞ୍ଚିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆସନ୍ତା ୧ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ ରଖା ଯାଇଛି । ଆଜି ଘଟିଥିବା ରଥଯାତ୍ରା ବିଭ୍ରାଟ ପାଇଁ ଦଳ ଏହି ନିଷ୍ପତ୍ତି ନେଇଛି । ଫଳରେ ପଦ୍ମ ଦଳର ସଭାପତି ନିର୍ବାଚନ ପଦ୍ମ ପୁଣି ଘୁଞ୍ଚିଛି । ଦଳର କିଏ ରାଜ୍ୟ ସଭାପତି ହେବେ ସେ ନେଇ କଳ୍ପନା ଜଳ୍ପନାର ଅନ୍ତ ହେଉନାହିଁ । ଚର୍ଚ୍ଚା ଅନୁଯାୟୀ ରେସର ଆଗରେ ରହିଛନ୍ତି ବର୍ତ୍ତମାନର ସଭାପତି ମନମୋହନ ସାମଲ। ଦଳକୁ ସରକାର ଭେଟି ଦେଇଥିବା ମନମୋହନଙ୍କର ତୃଣମୂଳ ସ୍ତରରେ ସବୁ ନେତାଙ୍କୁ ନେଇ ଚାଲିବାର ଦକ୍ଷତା ରହିଛି। ଗତ ନିର୍ବାଚନରେ ତାଙ୍କ ମ୍ୟାନେଜମେଣ୍ଟ ଓ ଦକ୍ଷତା ଯୋଗୁ ଦଳ ରାଜ୍ୟରେ ସରକାର ଗଠନ କରିପାରିଛି। ବିଜେପି ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ଆଜି ଦଳୀୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତାକାଲି ୧୧ଟାରୁ ଅପରାହ୍ନ ୨ଟା ଭିତରେ ନାମଙ୍କନ ପାତ୍ର ଦାଖଲ ଏବଂ ଚିହ୍ନ ପ୍ରକାଶ କରାଯିବାର ନିଷ୍ପତ୍ତି ମଧ୍ୟ ହୋଇଥିଲା । ଜୁଲାଇ ୧ ତାରିଖ ଦିନ ୧୦ଟାରୁ ୧୨ ଟା ମଧ୍ୟରେ ହେବ ମତଦାନ ହେବାର ଥିଲା ବେଳେ ସେହିଦିନ ସାଢେ ୧୨ଟାରେ ରାଜ୍ୟ ସଭାପତିଙ୍କ ନାମ ପ୍ରକାଶ କରାଯିବାର ଥିଲା ।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ ଓଡ଼ିଶା ଆସିବାର ମଧ୍ୟ ଥିଲା । ତାଙ୍କ ତତ୍ତ୍ବାବଧାନରେ ସମସ୍ତ ନିର୍ବାଚନ ସମ୍ପର୍କିତ କାର୍ଯ୍ୟ ହେବାର ଥିଲା । ଆଜି ପାର୍ଟି କାର୍ଯ୍ୟାଳୟରେ ୨୭୩ ଜଣ ମତଦାତାଙ୍କ ତାଲିକା ପ୍ରକାଶ ପାଇଥିଲା । ହେଲେ ଶେଷ ମୁହୂର୍ତ୍ତରେ ଏହା ସ୍ଥଗିତ ହୋଇଛି । ହେଲେ କିଏ ରାଜ୍ୟ ବିଜେପିର ମଙ୍ଗ ସମ୍ଭାଳିବେ ତାକୁ ନେଇ ଚର୍ଚ୍ଚାର ଅନ୍ତ ହେଉନାହିଁ । ସାଂଗଠନିକ ଦକ୍ଷତା ସହିତ ସରକାର ଏବଂ ଦଳ ଭିତରେ ସମନ୍ବୟ ରକ୍ଷାକରି ଦଳକୁ ଆଗକୁ ନେଇପାରୁଥିବା ନେତାଙ୍କୁ ଦଳ ଆଗ୍ରାଧିକାର ଦେବା ନିଶ୍ଚିତ ବୋଲି ଆଲୋଚନା ହେଉଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଯିଏବି ସଭାପତି ହେବେ ତାଙ୍କ ପାଇଁ ଏହା ମସ୍ତବଡ ଚ୍ୟାଲେଞ୍ଜ ହେବ । ଏକବର୍ଷ ମଧ୍ୟରେ ସରକାର ସେଭଳି ଆଖି ଦୃଶିଆ କାର୍ଯ୍ୟ କରି ଲୋକଙ୍କ ଆସ୍ଥା ଜିତି ପାରି ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଶାସନ କରିବାର ଦକ୍ଷତାକୁ ଲୋକେ ଗ୍ରହଣ କରି ପାରି ନାହାନ୍ତି । ଏବେବି ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ବିଜେଡି ସକ୍ରିୟ ଥିବା ଓ ରଥଯାତ୍ରା ବିଭ୍ରାଟ ପରେ ଅଧିକ ସକ୍ରିୟ ହେବାର ଆଶଙ୍କା ରହିଛି । କାରଣ ରଥଯାତ୍ରା ସହିତ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ଜଡିତ । ଏପରି ସ୍ଥଳେ ସରକାର ନିନ୍ଦିତ ହୋଇଛି । ରେସର ଆଗରେ ରହିଛନ୍ତି ବର୍ତ୍ତମାନର ସଭାପତି ମନମୋହନ ସାମଲ। କାରଣ ସରକାର ପରିବର୍ତ୍ତନ ସହିତ ମନମୋହନଙ୍କ ନେତୃତ୍ୱରେ ଏକାସଙ୍ଗେ ୨୦ ଜଣ ସାଂସଦ ଜିତିଥିବାରୁ କେନ୍ଦ୍ରରେ ଦଳ କ୍ଷମତାରେ ରହିବା ସମ୍ଭବ ହୋଇଛି । ସରକାର ବଦନାମ ହୋଇଥିବାରୁ ଦଳ ତାଙ୍କୁ ରିପିଟ ନ କଲେ ଦଳ ସମସ୍ୟାରେ ପଡିବାର ଆଶଙ୍କା ରହିଛି । ଅନ୍ୟ ପକ୍ଷରେ ମନମୋହନଙ୍କ ବ୍ୟତୀତ ରାଜ୍ୟ ସଭାପତି ଦୌଡରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବର୍ତ୍ତମାନ ରାଜ୍ୟ ଉପ-ସଭାପତି ଗୋଲକ ମହାପାତ୍ରଙ୍କ ନାଁ ନେଇ ବି ଚର୍ଚ୍ଚା ହେଉଛି। ବିଜେପି ରାଜ୍ୟ ସଭାପତି ଚୟନକୁ ନେଇ ଦୀର୍ଘଦିନ ଧରି ଦଳରେ ସଂଶୟ ଲାଗି ରହିଛି । ହେଲେ ଉଭୟ ଗୋଲଖ ଓ ସମୀର ରାଜ୍ୟ ବିଜେପି ସଭାପତି ଭାବେ ଦଳକୁ ସଙ୍ଗଠିତ କରିବାରେ ଯେ ସକ୍ଷମ ହେବେ ନାହିଁ ତାହା ସ୍ପଷ୍ଟ । ଦଳ ମଧ୍ୟରେ ଏକ ବଡ଼ ଗୋଷ୍ଠି ମନମୋହନଙ୍କ ବିରୁଦ୍ଧରେ ଲବି କରୁଥିଲା ବେଳେ ମନମୋହନଙ୍କ ବ୍ୟତୀତ ଅନ୍ୟ କାହାକୁ ଦଳର ସଭାପତି ଦାୟିତ୍ୱ ଦେଲେ ଦଳ ଆଗାମି ଦିନରେ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବା ନିଶ୍ଚିତ । ବିଜେଡି ମଧ୍ୟ ଚାହୁଁଛି ମନମୋହନ ସଭାପତି ନ ହେଲେ ଦଳ ବିଜେପି ଉପରେ ଭାରି ପଡିବା ସହଜ ହେବ ।

Leave a comment

Your email address will not be published. Required fields are marked *