ଓଡ଼ିଶା ଲିଡ୍ସ(ବ୍ୟୁରୋ): ଲଗାତାର ଦୁଇଥର ଭୁବନେଶ୍ୱର କ୍ଳବର ସଭାପତି ଭାବେ ନିର୍ବାଚିତ ହୋଇ ହାଟ୍ରିକ ବିଜୟ ଲକ୍ଷ୍ୟରେ ଥିବା ଅସିତ ତ୍ରିପାଠୀଙ୍କୁ ୧୮ ଖଣ୍ଡ ଭୋଟରେ ପରାଜିତ କରି ବିଜୟୀ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଆଜିର ଏହି ନିର୍ବାଚନକୁ ନେଇ ପାୱାର କରିଡରରେ ବେଶ ଚର୍ଚ୍ଚା ହୋଇଥିଲା । ଶେଷରେ ପ୍ରଦୀପ ଜେନା ବିଜୟୀ ହୋଇ ଭୁବନେଶ୍ୱର କ୍ଳବର ନୂଆ ସଭାପତି ହୋଇଛନ୍ତି ।




















