Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ରାଜ୍ୟ > ରାଜ୍ୟରେ ଜୋର ଧରୁଛି GEN-Z ଚର୍ଚ୍ଚା, ଯୁବଗୋଷ୍ଠିକୁ ମନାଇ ଏକତ୍ରିତ କରିବାକୁ ଡ୍ୟାନିଙ୍କ ଉଦ୍ୟମ

ରାଜ୍ୟରେ ଜୋର ଧରୁଛି GEN-Z ଚର୍ଚ୍ଚା, ଯୁବଗୋଷ୍ଠିକୁ ମନାଇ ଏକତ୍ରିତ କରିବାକୁ ଡ୍ୟାନିଙ୍କ ଉଦ୍ୟମ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ନେପାଳରେ ଜେନ-ଜି ଆନ୍ଦୋଳନ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି । ନିଜର ହକ ପାଇଁ ଯୁବ ଗୋଷ୍ଠି ଏକତ୍ରିତ ହେଲେ କେଉଁ ପରିସ୍ଥିତି ସୃଷ୍ଟି ହୁଏ ନେପାଳ ଆନ୍ଦୋଳନ ତାର ଜ୍ୱଳନ୍ତ ଉଦାହରଣ । ନେପାଳରେ ସରକାର ପରିବର୍ତ୍ତନ ପରେ ଜେନ-ଜି ଆଲୋଚନା ପ୍ରାୟତଃ ଥମି ଯାଉଥିଲା ବେଳେ ଓଡ଼ିଶାରେ ଏବେ ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ଓଡ଼ିଶା ଏବେ ଜେନ-ଜି ଅପେକ୍ଷାରେ ? ଲେଖି ନିଜ ଫେସବୁକ ଏକାଉଣ୍ଟରେ ସେୟାର କରିଥିଲେ । ଏହା ବେଶ ଭାଇରାଲ ହୋଇଥିଲା । କିଛି ଲୋକ ଏହାର ମର୍ମ ବୁଝିବାକୁ ଅକ୍ଷମ ହୋଇଥିଲେ । ଡ୍ୟାନି ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ କରିବାକୁ ଚାହୁଁଛନ୍ତି ବୋଲି ମଧ୍ୟ କିଛି ଲୋକ ମତ ଦେଲେ । ହେଲେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଏହି ଡାକରା ବୋଲି ବେଶ କିଛିଦିନ ପରେ ବୁଝୁଥିଲେ । ଏହାକୁ ନେଇ ବିଜେପି ସାମ୍ବାଦିକ ସମ୍ମିଳନୀ କରିଥିଲା ବେଳେ ବିଜେଡି ଛାତ୍ର ସଂସଦ ନିର୍ବାଚନ ନକଲେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲା । ଏବେ ଛାତ୍ର ସଂସଦ ନିର୍ବାଚନ ଦାବି କରିଛି କଂଗ୍ରେସ । ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ନେଇ ବିବୃତି ଦେଲେ । ହେଲେ ସରକାର ସେଭଳି କିଛି ଠୋସ ପଦକ୍ଷେପ ନେଉନଥିବା ଦେଖିବାକୁ ମିଳିଛି ।

ପୁନର୍ବାର ଡ୍ୟାନି ଆଉ ଏକ ପୋଷ୍ଟ କରିଛନ୍ତି । ସେଥିରେ ଲେଖିଛନ୍ତି ଛାତ୍ର ସଂସଦ ନିର୍ବାଚନ ଅପେକ୍ଷାରେ ଜେନ-ଜି । ଏହା ମଧ୍ୟ ବେଶ ଭାଇରାଲ ହୋଇଛି । ଅନ୍ୟ କିଛି ନଲେଖିଲେ ମଧ୍ୟ ଏହି ପୋଷ୍ଟରେ ଛାତ୍ରଛାତ୍ରୀଙ୍କ ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯାଉଥିବା ଇଙ୍ଗିତ କରିଛନ୍ତି ଡ୍ୟାନି । ଜଣେ ଯୁବନେତା ଭାବେ ଡ୍ୟାନି ରାଜ୍ୟରେ ବେଶ ପରିଚିତ ଓ ଲୋକପ୍ରିୟ ମଧ୍ୟ । କେବେ କାହା ବିରୁଦ୍ଧରେ ବିବୃତି ଦେବା କିମ୍ବା ଆକ୍ଷେପ କରିବା ତାଙ୍କ ମୁହଁରୁ ଶୁଣାଯାଏ ନାହିଁ । ଗଣମାଧ୍ୟମରେ ରହି ନିଜକୁ ପ୍ରଚାରିତ କରିବାକୁ ପସନ୍ଦ କରନ୍ତି ନାହିଁ । ଗତ ନିର୍ବାଚନରେ ପରାଜିତ ହେବା ନେଇ ଚର୍ଚ୍ଚାର ଅନ୍ତ ଘଟିନାହିଁ । ଦଳୀୟ କନ୍ଦଳ ଓ ଗୋଡ଼ଟଣା କାରଣରୁ ସେ ଯେ ପରାଜିତ ହୋଇଛନ୍ତି ତାହାର ପ୍ରମାଣ ବେଶ କିଛିଦିନ ତଳେ ଭାଇରାଲ ହୋଇଥିଲା । ଏହାକୁ ନେଇ ମଧ୍ୟ ନିଜ ପ୍ରତିକ୍ରିୟା ନଦେଇ ନୀରବତା ଅବଲମ୍ବନ କରିଛନ୍ତି । ପରାଜିତ ହେଲା ପରେ ମଧ୍ୟ ନିଜ ଅଞ୍ଚଳ ସହିତ ଯୋଡି ହୋଇ ରହିଛନ୍ତି । ଲୋକଙ୍କ ସହିତ ମିଶି ପରାଜୟ ପାଇଁ ବରଂ ନିଜକୁ ଦାୟୀ କରିଛନ୍ତି । ଲୋକଙ୍କୁ କହିଛନ୍ତି ଅଧିନାୟକ ମୁଁ ଥିଲି, ମୋ ରଣନୀତିରେ ତ୍ରୁଟି ରହିବାରୁ ହାରିଗଲି । ଜୟ ପରାଜୟ ଦୁଇଟି ଅଂଶ । ମୁଁ ଆପଣଙ୍କ ସହିତ ଥିଲି, ରହିଛି ଓ ରହିବି । ଏହାପରେ ନିଜ ସଂଗଠନ ସଜାଡି ଏକ ବର୍ଷ ପରେ କଳା ଦିବସ ପାଳନ କରି ବିରୋଧୀଙ୍କୁ ଚମକାଇ ଦେଇଛନ୍ତି । ନିଜ ଅଞ୍ଚଳରେ ପୋଲିସର ବର୍ବର କାଣ୍ଡକୁ ନେଇ ଏସ୍ପିଙ୍କୁ ତାଗିଦ କରି ଆଇନର ପାଠ ପଢ଼ାଇଛନ୍ତି । ରାସ୍ତା ଉପରେ ପ୍ରଶାସନ ସହିତ ମୁହାଁ ମୁହିଁ ହୋଇଛନ୍ତି । ପୋଲିସ ତାଙ୍କ ନାମରେ ମାମଲା କରିଛି । ଲୋକଙ୍କ ଅଧିକାର ପାଇଁ ଲଢେଇ ଜାରି ରଖି ବେଶ ଚର୍ଚ୍ଚା ସୃଷ୍ଟି କରିଛନ୍ତି ।

ଦଳ ଯେତେବେଳେ ମୁଖ୍ୟ ଵିରୋଧି ଦଳ ଭାବେ ଚୁପ ହୋଇ ଯାଇଥିଲା ସେତିକିବେଳେ ନିଜେ ଆଗକୁ ବାହାରି ଦଲର କର୍ମୀଙ୍କ ମନରେ ଉତ୍ସାହ ଭରିଛନ୍ତି । ପ୍ରଶାସନ ବିରୁଦ୍ଧରେ ସାଧାରଣ ଲୋକଙ୍କ ଅଧିକାର ପାଇଁ ରଣ ହୁଙ୍କାର ଦେଇଛନ୍ତି । କର୍ମୀ ବି ଆଶା ବାନ୍ଧିଛନ୍ତି ତାଙ୍କ ନେତୃତ୍ୱରେ ସେମାନେ ଆଗକୁ ଯିବେ । ବିଗତ ଦିନରେ ଦଳ ତାଙ୍କୁ ସୁନ୍ଦରଗଡ ଜିଲ୍ଲା ଦାୟିତ୍ୱ ଦେଇଛି । ସେଠାରେ ଦଳକୁ ସଙ୍ଗଠିତ କରି ସଫଳ କରିଛନ୍ତି । ସରକାରରେ ଗୁରୁତ୍ୱପୂର୍ଣ୍ଣ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ବୈଷୟିକ ବିକାଶ ଶିକ୍ଷାମନ୍ତ୍ରୀ ଭାବେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି । ହେଲେ ଦଳ ଏଭଳି ଜଣେ ଯୁବ ନେତାଙ୍କୁ ଯେତିକି ଗୁରୁତ୍ୱ ଓ ପ୍ରାଧାନ୍ୟ ଦେବା କଥା ତାହା ଦେଇନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ହେଲେ ଏହାର ବି ବିରୋଧ କରି ନାହାନ୍ତି ଡ୍ୟାନି । ଦଳର ଜଣେ ନିଷ୍ଠାପର କର୍ମୀ ଭାବେ ଦଳୀୟ ନିଷ୍ପତ୍ତିକୁ ସବୁ ସମୟରେ ସମ୍ମାନ ଦେଇଛନ୍ତି । ଯାହା ତାଙ୍କୁ ଅଧିକ ଲୋକପ୍ରିୟ କରାଇଛି ।

ଦଳ ଯେତେବେଳେ ବିଭିନ୍ନ କାରଣକୁ ନେଇ ଏବେ ସଙ୍କଟ ମଧ୍ୟରେ ଗତି କରୁଛି ଠିକ ସେତିକି ବେଳେ ଜେନ-ଜି କଥା ଉଠାଇ ଛାତ୍ରଛାତ୍ରୀ ଓ ଯୁବକଙ୍କ ମଧ୍ୟରେ ନୂଆ ବିଶ୍ୱାସ ଜନ୍ମାଇଛନ୍ତି । ସେମାନଙ୍କୁ ଏକତ୍ରିତ କରିବାକଜ8 ଉଦ୍ୟମ କରିଛନ୍ତି । ଛାତ୍ର ଓ ଯୁବ ସମାଜ ଦେଶର ଭବିଷ୍ୟତ । ସେମାନେ ଯୁବାବସ୍ଥାରେ ବେଶ ଅମାନିଆ ହୋଇ ପଡ଼ନ୍ତି । ସେମାନଙ୍କୁ ଏକତ୍ରିତ କରି ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇଲେ ସେମାନେ ଅସମ୍ଭବକୁ ଯେ ସମ୍ଭବ କରିବେ ଏହା ଠିକ ଜାଣିଛନ୍ତି ଡ୍ୟାନି । ଯୁବ ଓ ଛାତ୍ର ସମାଜ ବିପଥଗାମୀ ହେଲେ ରାଜ୍ୟର ତଥା ଦେଶର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯିବ । ସେମାନଙ୍କୁ ଏକତ୍ରିତ କରି ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବାର ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ଡ୍ୟାନି ତାହା ଧିରେ ଧିରେ ବେଶ ଗ୍ରହଣୀୟ ହେଉଛି । ଜେନ-ଜିର ଉଦାହରଣ ଦେଇ ଯୁବ ଓ ଛାତ୍ର ସମାଜ ଭିତରେ ଯେଉଁ ନୂତନ ଉତ୍ସାହ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଡ୍ୟାନି ଏହା ସମୟ ଉପଯୋଗୀ ବୋଲି ବହୁ ବୁଦ୍ଧିଜୀବି ମଧ୍ୟ ମତ ଦେଉଛନ୍ତି ।

Leave a comment

Your email address will not be published. Required fields are marked *