ଓଡ଼ିଶା ଲିଡ୍ସ(ଯାଜପୁର):ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଆରୁହା ମଣ୍ଡଳ ଅନ୍ତର୍ଗତ ଧର୍ମଶାଳା ଷ୍ଟାଡିୟମ ଠାରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି । ଉକ୍ତ ଶିବିରରେ ଯୋଗଦେଇ ପ୍ରତ୍ୟକ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ଏହି କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଏଵଂ ରାଇରଙ୍ଗପୁର ବିଧାୟକ ଜାଲେନ ନାଇକ ଯୋଗଦାନ କରିଥିଲେ । ବିଜେପି କର୍ମୀ ମାନେ ଉତ୍ସାହର ସହିତ ରକ୍ତଦାନ କରିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।




















