orissaleads

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

Blog Post

orissaleads > ରାଜ୍ୟ > କୋରେଇରେ ବବି ଆକାଶଙ୍କ ଲଢେଇ: ଡ୍ୟାନିଙ୍କ ବିକାଶ କାର୍ଯ୍ୟକୁ ଝୁରୁଛନ୍ତି କୋରେଇବାସୀ

କୋରେଇରେ ବବି ଆକାଶଙ୍କ ଲଢେଇ: ଡ୍ୟାନିଙ୍କ ବିକାଶ କାର୍ଯ୍ୟକୁ ଝୁରୁଛନ୍ତି କୋରେଇବାସୀ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗତ ୧୯ ତାରିଖ ଦିନ ପ୍ରଣବ ପ୍ରକାଶ ଦାସ(ବବି) କୋରେଇ ନିର୍ବାଚନ ମଣ୍ଡଳୀରେ ଏକ ବନ୍ଧୁ ମିଳନର ଆୟୋଜନ କରିଥିଲେ । ଆଗାମି ଦିନରେ କୋରେଇକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ଏହି ବନ୍ଧୁ ମିଳନରେ । କୋରେଇକୁ ଯଶୋଦା ମା ବୋଲି କହିଥିଲେ । ଏହାକୁ ନେଇ କୋରେଇ ବିଧାୟକ ଆକାଶ ଦାସ ନାୟକ ମଧ୍ୟ ଚୁପ ବସିନଥିଲେ । ଆକାଶ କହିଥିଲେ ହାରିଲା ପରେ ମା ମନେ ପଡିଲେ । କେବଳ ଏତିକିରେ ଚୁପ ବସିନଥିଲେ ଆକାଶ । ଗୋଟିଏ ଦିନ ପରେ ଶତାଧିକ ବିଜେଡି କର୍ମୀଙ୍କୁ ନିଜ ଶିବିରରେ ସାମିଲ କରି ଆଗାମି ଦିନରେ ସେ ନିରବ ବସିବେ ନାହିଁ ବୋଲି ସଂକେତ ବି ଦେଇଥିଲେ । କୋରେଇରେ ବିଧାୟକ ଆକାଶ ଓ ଯାଜପୁରର ପୂର୍ବତନ ବିଧାୟକ ବବିଙ୍କ ମଧ୍ୟରେ ପାୱାର ପଲିଟିକ୍ସ ଆରମ୍ଭ ହୋଇଥିଲା ବେଳେ କୋରେଇବାସୀ କିନ୍ତୁ ନିଜ ଅତୀତକୁ ଖୋଜୁଛନ୍ତି ।

ଆଜକୁ ଦଶ ବର୍ଷ ତଳେ କୋରେଇରେ ବିକାଶର ଭିତ୍ତିଭୂମି ସ୍ଥାପନ ହୋଇଥିଲା । ଆଉ ଏହି ବିକାଶ ଭିତ୍ତିଭୂମିର ଶିଳାନ୍ୟାସ କରିଥିଲେ କୋରେଇର ପୂର୍ବତନ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ । ଜଣେ ନବ ଯୁବକ ଭାବେ ରାଜନୀତିରେ ପାଦ ଦେଇ ବିଧାୟକ ହୋଇଥିଲେ ଇଂ ଘଡାଇ(ଡ୍ୟାନି)। ବିଧାୟକ ହେଲା ପରେ ନିଜ ସ୍ୱପ୍ନର ନିର୍ବାଚନ ମଣ୍ଡଳୀ ଗଢିବାର ମେଞ୍ଚାଏ ସ୍ୱପ୍ନ ନେଇ ଆଗକୁ ବଢିଥିଲେ । ନିର୍ବାଚନ ପୂର୍ବରୁ କୋରେଇର ବିଭିନ୍ନ ସମସ୍ୟା ସହିତ ଜଡିତ ଥିବା ଡ୍ୟାନି ନିର୍ବାଚନ ସମୟରେ ନିଜ ପ୍ରଚାର ପାଇଁ ଗଳିକନ୍ଦିରେ ବୁଲିଲା ବେଳେ ବିଭିନ୍ନ ସମସ୍ୟାକୁ ନିଜେ ପରଖିବା ସହିତ ସମାଧାନର ନୀଳ ନକ୍ସା ବି ପ୍ରସ୍ତୁତ କରିଥିଲେ । ବିଜୟୀ ହେବା ପରେ ନିଜ ଅଙ୍କିତ ନକ୍ସାକୁ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ ।

ନିଜ ସମୟରେ ମଥୁରାପୁର ସେତୁ ନିର୍ମାଣ କରିବାକୁ ପ୍ରଥମ ପଦକ୍ଷେପ ନେଇଥିଲେ । ସେତୁ ନିର୍ମାଣ ଫଳରେ ଯାଜପୁର ଜିଲ୍ଲା ସହିତ କେନ୍ଦୁଝର ଜିଲ୍ଲାର ହାଟଡ଼ିହି ବ୍ଳଜର ସଂଯୋଗ ହୋଇଥିଲା । ଫଳରେ କୋରେଇ ବ୍ଳକର ବରୁଣ୍ଡାଇ ବଜାର ଏବେ ଏକ ପ୍ରମୁଖ ବ୍ୟବସାୟ ସ୍ଥଳରେ ପରିଣତ ହୋଇଛି । ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସାରକଣା ବିଦ୍ୟୁତ ଗ୍ରୀଡ଼ ସ୍ଥାପନ କରିଥିଲେ । ବିଭିନ୍ନ ସମୟରେ ଅଗ୍ନିକାଣ୍ଡ ଘଟି ଧନ ଜୀବନ ହାନି ହେଉଥିଲା ବେଳେ ଏଥିରୁ ମୁକ୍ତି ପାଇବା ପାଇଁ ବରୁଣ୍ଡାଇ ଠାରେ ଅଗ୍ନିଶମ କେନ୍ଦ୍ର ସ୍ଥାପନ କରିଥିଲେ । ଡ୍ୟାନି ନିଜ ସମୟରେ ରଗଡି ଠାରେ ପଲିଟେକ୍ନିକ କଲେଜ ସ୍ଥାପନ କରିଥିଲେ । ଯାହା ଏବେ ରାଜ୍ୟର ଏକ ନମ୍ବର ମାନ୍ୟତା ପ୍ରାପ୍ତ ପଲିଟେକ୍ନିକ କଲେଜର ମାନ୍ୟତା ପାଇଛି । ଗତ ସରକାର ସମୟରେ ବୈଷୟିକ ଶିକ୍ଷାମନ୍ତ୍ରୀ ଥିବା ସମୟରେ ଏହି କଲେଜକୁ ସେଣ୍ଟର ଅଫ ଏକସିଲେନ୍ସ ମାନ୍ୟତା ପ୍ରଦାନ କରିବାର ବ୍ୟବସ୍ଥା କରି କଲେଜର ଗରିମା ବୃଦ୍ଧି କରିଥିଲେ । ନିଜ ସମୟରେ ଏହି ନିର୍ବାଚନ ମଣ୍ଡଳୀର ରସୁଲପୁର ବ୍ଳକର ଟିକରପଡା-ଭୋଟକା ନଦୀ ବନ୍ଧ ସୁଦୃଢ଼ୀ କରଣ କାର୍ଯ୍ୟ ସହିତ ପ୍ରଶସ୍ଥି କରଣ କରି ଗମନାଗମନ ସହିତ ବନ୍ୟା ପ୍ରତିରୋଧ ବ୍ୟବସ୍ଥା କରିଥିଲେ । ଏହା ସହିତ ଗମନାଗମନର ଅନ୍ୟ ଏକ ପ୍ରମୁଖ ମାର୍ଗ ହୋଇଛି ଦଳା ଛକରୁ ଶଙ୍ଖଚିଲା ଦେଇ ସୋତି ନିକଟରେ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା । ଏହା ସହିତ ଡ୍ୟାନିଙ୍କ ଉଦ୍ୟମରେ ଯାଜପୁର ରୋଡ଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସହିତ କୋରେଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ବ୍ୟାପକ ଉନ୍ନତି ସମ୍ଭବ ହୋଇଥିଲା । ବ୍ୟାସନଗରର ପ୍ରମୁଖ ବଜାର ରାସ୍ତାକୁ ମଧ୍ୟ ତାଙ୍କ ଉଦ୍ୟମରେ ଦୋହରି କରଣ କରାଯାଇଥିଲା । ବିଶେଷ କରି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଛୋଟ ବଡ଼ ସେତୁ ନିର୍ମାଣ କରାଯାଇ ସବୁ ଅଞ୍ଚଳକୁ ସଂଯୋଗ କରାଯାଇ ପାରିଥିଲା ।

କୋରେଇବାସୀ ଡ୍ୟାନିଙ୍କ ସମୟରେ ବିକାଶକୁ ପ୍ରତ୍ୟୟ କରିଥିଲା ବେଳେ ୨୦୧୪ ନିର୍ବାଚନରେ ତାଙ୍କ ଟିକେଟ ପରିବର୍ତ୍ତନ କରାଯାଇ ତାଙ୍କୁ ସୁକିନ୍ଦାରୁ ପ୍ରାର୍ଥୀ କରାଯାଇଥିଲା । ଏହାକୁ ନେଇ କୋରେଇବାସୀ ବେଶ କ୍ଷୁବ୍ଧ ହୋଇଥିଲେ । ଏହା ପରେ ଥରେ ଆକାଶ ଓ ଥରେ ଅଶୋକ ବଳ କୋରେଇର ବିଧାୟକ ହୋଇଥିଲେ । ଉଭୟ ଶାସକ ଦଳର ବିଧାୟକ ହୋଇଥିଲେ ମଧ୍ୟ କୋରେଇରେ ବିକାଶ କିନ୍ତୁ ପଛେଇ ଯାଇଥିଲା । ଏବେ ଆକାଶ ଓ ବବିଙ୍କ ମଧ୍ୟରେ ରାଜନୈତିକ ଲଢେଇ ଆରମ୍ଭ ହୋଇଥିଲା ବେଳେ କୋରେଇବାସୀ କିନ୍ତୁ ଅତୀତକୁ ଖୋଜୁଛନ୍ତି । ଯେଉଁ ଅତୀତ ତାଙ୍କୁ ବିକାଶ ସହିତ ଯୋଡି ବିକଶିତ କୋରେଇର ସ୍ୱପ୍ନ ଦେଖାଇ ସାକାର ବି କରିଥିଲା । ଆଉ ସମୟ ପରିବର୍ତ୍ତନ ସହିତ ଅଟକି ବି ଗଲା ।

Leave a comment

Your email address will not be published. Required fields are marked *