ଓଡ଼ିଶା ଲିଡ୍ସ(ଯାଜପୁର): ପୂର୍ତ୍ତ ବିଭାଗର ବିଚିତ୍ର କାମ ଦେଖିବାକୁ ମିଳିଛି କୁଆଖିଆ-ବରୁଆଁ-ବରୀ-କଳାମାଟିଆ ରାସ୍ତାର ଅରଙ୍ଗାବାଦ ବୁଢା ଗୋସାଇଁ ମନ୍ଦିର ନିକଟରେ । ପୂର୍ବରୁ ଏହି ସ୍ଥାନରେ ବିପୁଳ ପରିମାଣର ବର୍ଷା ଜଳ ଜମି ରହୁଥିଲା । ଫଳରେ ଏହି ରାସ୍ତା ଦେଇ ଗତାଗତ କରୁଥିବା ପଥଚାରୀ ସମସ୍ୟାରେ ପଡୁଥିଲେ । କିଛି ମାସ ପୂର୍ବରୁ ଏ ନେଇ ଖବର ପ୍ରକାଶନ ପରେ ଖାଲୁଆ ସ୍ଥାନରେ ପଥର ଗୁଣ୍ଡ ପକାଯାଇଥିଲା । ଏବେ ଏହି ସ୍ଥାନରେ ପିଚୁ କରାଯାଇଛି । ହେଲେ ଏଠାରେ ପିଚୁ କରୁଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ କାରଣରୁ ପିଚୁ ହୋଇଥିବା ସ୍ଥାନ ପୂର୍ବରୁ ବର୍ଷାରେ ବିପୁଳ ପରିମାଣର ବର୍ଷା ଜଳ ଜମିରହି ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ରାସ୍ତା ମରାମତି ସମୟରେ ବିଭାଗୀୟ ଅଧିକାରୀ ଏଥିପ୍ରତି କିଭଳି ଦୃଷ୍ଟି ଦେଲେ ନାହିଁ ତାହା ଆଲୋଚନାର ବିଷୟ ହୋଇଛି । ତୁରନ୍ତ ଏହି ସ୍ଥାନକୁ ମରାମତି କରିବାକୁ ଦାବି ହୋଇଛି ।
