ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ସହର ଦେଇ ଯାଇଥିବା ମୁଖ୍ୟ କେନାଲ ସଫେଇ ହୋଇଥିବା ଦେଖିବାକୁ ମିଳିଛି । ସଫେଇ ହୋଇ ନଥିବାରୁ ଏହି କେନାଲ ଅଳିଆ ଆବର୍ଜନାରେ ଏକ ପ୍ରକାର ପୋତି ହୋଇ ପଡ଼ିଥିଲା । ଫଳରେ କେନାଲରେ ପାଣି ଆସିଲେ ଏହି ଅଳିଆ ଆବର୍ଜନା ତାର ଗତି ରୋଧ କରୁଥିଲା । ଏହାକୁ ନେଇ ବିଭିନ୍ନ ସମୟରେ “ଓଡ଼ିଶା ଲିଡ୍ସ”ରେ ଏ ନେଇ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ଏବେ କେନାଲକୁ ସଫେଇ କରାଯାଇଥିବା ଦେଖିବାକୁ ମିଳିଛି । ଓଡ଼ିଶା ଲିଡ୍ସର ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।
