orissaleads

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

Blog Post

orissaleads > ଜିଲ୍ଲା > ଯାଜପୁର > ଭିନ୍ନ ଜଣେ ମହିଳା,ଜୀବନ ସଂଗ୍ରାମରେ ବିଜୟିନୀ ଯାଜପୁରର ସୁକୁମାରୀ

ଭିନ୍ନ ଜଣେ ମହିଳା,ଜୀବନ ସଂଗ୍ରାମରେ ବିଜୟିନୀ ଯାଜପୁରର ସୁକୁମାରୀ

ଓଡ଼ିଶା ଲିଡ୍ସ(ଯାଜପୁର): ଜୀବନ କାହା ପାଇଁ ଖୁବ ସରଳ ତ ଆଉ କାହା ପାଇଁ ଖୁବ ଅଙ୍କାବଙ୍କା ଆଉ କଠିନ । ପ୍ରାଚୁର୍ଯ୍ୟ ଭରା ଜୀବନ ବଞ୍ଚୁଥିବା ଲୋକଟିଏ ସଫଳ ହେବା ଓ ନିଜକୁ ପ୍ରତିଷ୍ଠିତ କରିବା ଖୁବ ସହଜ । ସବୁ ସୁବିଧା ସୁଯୋଗ ଥାଇ ସଫଳ ହେଉଥିବା ମଣିଷଙ୍କ ଉଦାହରଣ ଅନେକ ଅଛି । ହେଲେ ଜୀବନରେ ଆସୁଥିବା କଠିନ ସମୟ ଓ ଅଙ୍କାବଙ୍କା ରାସ୍ତାକୁ ଧର୍ଯ୍ୟର ସହିତ ଅତିକ୍ରମ କରି ସଫଳ ହେବା ଓ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିବାର ନଜିର ବହୁତ କମ ଦେଖିବାକୁ ମିଳେ । ଜୀବନର ଅତି କଠିନ ପରିସ୍ଥିତିରୁ ନିଜକୁ ମୁକୁଳାଇ ନେଇ ସଫଳ ହେବା ସହିତ ନିଜେ ଲୁହ ପିଇ ପରିବାର ମୁହଁରେ ହସ ଫୁଟାଇବା ଯେ କେତେ କଷ୍ଟ ତାକୁ ଯିଏ ଅଙ୍ଗେ ଲିଭାଇଛି ସେ ଜାଣିଛି । ସେଇ ଭଳି ଜଣେ ସଫଳ ମହିଳା ହେଲେ ଯାଜପୁର ସହର ବଡ଼ ବଜାରର ପରିଚିତ ଫୁଲ ବ୍ୟବସାୟୀ ସୁକୁମାରୀ ରଣା ।

ଜୀବନର ଝଡ଼ ଝଞ୍ଜାକୁ ଧର୍ଯ୍ୟର ସହିତ ଅତିକ୍ରମ କରି ସେ ଆଜି ଜଣେ ସଫଳ ଗୃହିଣୀ, ଜଣେ ସଫଳ ମା’ ହେବା ସହିତ ଜଣେ ସଫଳ ବ୍ୟବସାୟୀ ହୋଇ ପାରିଛନ୍ତି । ଏଭଳି ଜଣେ ମହିଳା ଆଜି ସମୟରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଆଜକୁ ପ୍ରାୟ ୩୨ ବର୍ଷ ହେଲା ସେ ନିଜ ଘର ସମ୍ମୁଖରେ ଫୁଲ ବ୍ୟବସାୟ କରୁଛନ୍ତି ସେ । ବିଭିନ୍ନ ପ୍ରକାରର ଫୁଲ ତାଙ୍କ ନିକଟରେ ମହଜୁଦ ଥାଏ, ଆଉ ତାରି ଭିତରେ ବସି ବ୍ୟବସାୟ କରନ୍ତି କର୍ମଚଞ୍ଚଳ ସୁକୁମାରୀ । ଦିନ ଯାକର ଖଟଣି ସାରି ରାତିରେ ବିଶ୍ରାମ ନେଇ ବଡି ସକାଳୁ ଉଠି ନିଜ ଘର କାମ ସାରି ସେ ଖୋଲନ୍ତି ତାଙ୍କ ଫୁଲ ଦୋକାନ । ଖରାବେଳେ କିଛି ସମୟ ଟିକେ ଫୁରୁସତ ମେଳେ, ପ୍ରାୟ ରାତି ୧୧ ଟା ପର୍ଯ୍ୟନ୍ତ ଫୁଲ ଗୁନ୍ଥିବା ବିକ୍ରି କରିବା ଧରାବନ୍ଧା କାମ ତାଙ୍କର । ସହରର ଚନ୍ଦ୍ରମଣି ରଣାଙ୍କୁ ବିବାହ କରିଥିଲେ ସୁକୁମାରୀ । ଆଖିରେ ମେଞ୍ଚାଏ ସ୍ୱପ୍ନ ନେଇ ସେ ବୋହୁ ସାଜି କେନ୍ଦୁଝରରୁ ଯାଜପୁରର ଚନ୍ଦ୍ରମଣୀଙ୍କ ପରିବାରକୁ ଆସିଥିଲେ । ବିବାହର ମାତ୍ର ତିନିବର୍ଷ ପରେ ଚମ୍ପା ଫୁଲ ତୋଳୁଥିଲା ବେଳେ ଚନ୍ଦ୍ରମଣୀ ଗଛରୁ ପଡି ଗୁରୁତର ଆହତ ହେଲେ । ଚଡକ ପଡିଲା ସୁକୁମାରୀଙ୍କ ମୁଣ୍ଡରେ । ଧାର ଉଦ୍ଧାର କରି ସ୍ୱାମୀଙ୍କୁ ସୁସ୍ଥ କଲେ ସୁକୁମାରୀ । ସୁସ୍ଥ ସିନା ହେଲେ କିନ୍ତୁ ଭଲରେ କିଛି କାମ କରି ପାରିଲେ ନାହିଁ ଚନ୍ଦ୍ରମଣି । ସେତେ ବେଳକୁ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ହୋଇଥିଲେ ମଧ୍ୟ ସେ ଥିଲା ଜଣେ ଭିନ୍ନକ୍ଷମ ଝିଅ । କଠିନ ସମୟରେ ଜୀବନ ସଂଗ୍ରାମ ଆରମ୍ଭ କରିଥିଲେ ସୁକୁମାରୀ । ନ ହାରିବାର ପଣ କରି ସ୍ୱାମୀଙ୍କ ଫୁଲ ଦୋକାନର ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ଫୁଲ ବ୍ୟବସାୟ କରିଥିଲେ । କଠିନ ପରିଶ୍ରମ ଭିତରେ ନିଜ ପରିବାରକୁ ବଞ୍ଚାଇ ପରିବାର ମୁହଁରେ ହସ ଫୁଟାଇବାକୁ ପଣ କରିଥିବା ଲୋକଟି ହାରିଯାଆନ୍ତା ବା କିଭଳି । ନିଜ ଭଙ୍ଗା ଦଦରା କୁଡ଼ିଆ ଘର ସମ୍ମୁଖରେ ଥିବା ଫୁଲ ଦୋକାନ ଥିଲା ତାଙ୍କ ପାଇଁ ଆଶା, ଭରସା ଓ ବିଶ୍ୱାସର ମନ୍ଦିର ।

ସକାଳରୁ ଡେରି ରାତି ପର୍ଯ୍ୟନ୍ତ ଫୁଲ ବ୍ୟବସାୟ ସାଙ୍ଗକୁ ପରିବାରର ବୋଝ । ସବୁକୁ ହସି ହସି ସମ୍ମୁଖୀନ ହୋଇ ବ୍ୟବସାୟ ବଢ଼ାଇ ଥିଲେ । ସମୟ କ୍ରମେ ତାଙ୍କର ଆଉ ଦୁଇଟି ଝିଅ ଓ ଗୋଟିଏ ପୁଅ ଜନ୍ମ ହୋଇଛନ୍ତି । ଆଜି ଦୁଇଝିଅ ବେଶ ଭଲ ଜାଗାରେ ବିବାହ କରିଛନ୍ତି । ପୁଅ ସ୍ନାତକ ଶିକ୍ଷା ଶେଷ କରିଛି । ନୁଆଁଣିଆ ଚାଳଘର ଆଜି ପରିବର୍ତ୍ତନ ହୋଇଛି । ହେଲେ ଆଜିବି ସକାଳୁ ଡେରି ରାତି ପର୍ଯ୍ୟନ୍ତ ପୁଲ ଗୁନ୍ଥିବାରେ ଅବହେଳା କରି ନାହାନ୍ତି ସୁକୁମାରୀ । ତାଙ୍କ ହାତ ଗୁନ୍ଥା ଫୁଲର ମାଳ ଦେବା ଦେବୀଙ୍କ ଗଳାରେ ଶୋଭା ପାଉଛି । ତାଙ୍କୁ ତାଙ୍କ ବିଷୟରେ ପଚାରିଲା ବେଳେ କୁହନ୍ତି ଭଗବାନ ମୋର ପରୀକ୍ଷା ନେଇଛନ୍ତି ତା ସହିତ ମୋତେ ସଫଳ ବି କରିଛନ୍ତି । ସବୁ ତାଙ୍କ ଦୟା, ତାଙ୍କ କରୁଣା । ତାଙ୍କ ଦୟାରୁ ହାରି ନାହିଁ । ଦିନ ଥିଲା କିଛି ଲୋକଙ୍କୁ ସହାୟତା ମାଗିଥିଲି ହେଲେ ମିଳିଲାନାହିଁ । ହେଲେ ଏବେ ଆଉ କାହାକୁ ସହାୟତା ମାଗୁନାହିଁ । ଭଗବାନ ମୋ କଠିନ ପରିଶ୍ରମର ଫଳ ମୋତେ ଦେଇଛନ୍ତି । ଖୁବ ଖୁସିରେ ଅଛି । ରାଜ୍ୟ ବାହାରୁ, ସ୍ଥାନୀୟ ଅଞ୍ଚଳରୁ ଫୁଲ ଆଣୁଛି, ବ୍ୟବସାୟ କରୁଛି । ମୋ ରୋଜଗାର ମୋତେ ବେଶ ଆତ୍ମତୃପ୍ତି ଦେଉଛି । ହସଖୁସିରେ ରହୁଛି ବୋଲି କାମ ପରେ କେତେବେଳେ ନିଦ ହୋଇଯାଉଛି ଜାଣି ପାରୁନାହିଁ । ସବୁ ବେଳେ ଫୁଲ ଗୁନ୍ଥିଲା ବେଳେ ଭଗବାନଙ୍କୁ ସ୍ମରଣ କରେ । ସେ ଆଜି ମୋ ଡାକ ଶୁଣିଛନ୍ତି । ହାତ ଗୋଡ଼ ଚାଲୁଥିଲା ପର୍ଯ୍ୟନ୍ତ ଫୁଲ ଗୁନ୍ଥିବି । ଯାହା ପ୍ରଭୁଙ୍କ ସେବାରେ ଲାଗିବ ।

Leave a comment

Your email address will not be published. Required fields are marked *