ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ନିନ୍ଦନୀୟ ଓ ଅମାନବୀୟ- ଇଂ ପ୍ରୀତିରଞ୍ଜନ ଘଡାଇ
ଓଡ଼ିଶା ଲିଡ୍ସ(ବ୍ୟୁରୋ): କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏହି ମୃତ ପର୍ଯ୍ୟଟକଙ୍କ ମଧ୍ୟରେ ଦୁଇ ବିଦେଶୀ ପର୍ଯ୍ୟଟକ ରହିଥିଲା ବେଳେ ଓଡ଼ିଶାର ଜଣେ ପର୍ଯ୍ୟଟକ ରହିଥିବା ଜଣା ଯାଇଛି । ଏଭଳି ଖବର ସାରା ଦେଶକୁ ସ୍ତବ୍ଧ କରିଥିଲା ବେଳେ ଏହାକୁ କଡା ନିନ୍ଦା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ। ଇଂ ଘଡାଇ କହିଛନ୍ତି ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଏହି ଆକ୍ରମଣ ନିନ୍ଦନୀୟ ଓ ଅମାନବୀୟ […]




















