
ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା, ରାସ୍ତା ଘାଟ ଶୁନସାନ
ଓଡ଼ିଶା ଲିଡ୍ସ(ଯାଜପୁର): ଗତ କାଲି ଠାରୁ ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିଲା ବେଳେ ଆଜି ଏହା ଅଧିକ ବୃଦ୍ଧି ପାଇଛି । ଆଜି ଯାଜପୁର ଜିଲ୍ଲାରେ ସକାଳୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଫଳରେ ରାସ୍ତା ଘାଟରେ ପାଣି ଜମି ଥିବା ଦେଖିବାକୁ ମିଳିଛି । ବର୍ଷା ଫଳରେ ବିଭିନ୍ନ ଦୋକାନ ବଜାର ବନ୍ଦ ରହିଥିଲା ବେଳେ ରାସ୍ତା ଘାଟ ଶୁନସାନ ହୋଇ ପଡିଛି । […]




























