ଓଡ଼ିଶା ଲିଡ୍ସ(ବ୍ୟୁରୋ): ଲଘୁଚାପ ପ୍ରଭାବରେ ବୈତରଣୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ବୈତରଣୀରେ ବନ୍ୟାର ଆଶଙ୍କା ଦେଖାଦେଇଛି । ନଦୀରେ ବିପୁଳ ପରିମାଣରେ ବର୍ଷା ପାଣି ପ୍ରବେଶ କରିବାରୁ ନଦୀର ବନ୍ୟା ଜଳ ବୃଦ୍ଧି ପାଉଛି । ଯାହାକୁ ନେଇ ବୈତରଣୀ ନଦୀ କୂଳିଆ ଓ ତଳ ଅଞ୍ଚଳ ଲୋକଙ୍କ ମନରେ ବନ୍ୟାକୁ ନେଇ ଆତଙ୍କ ଦେଖା ଦେଇଛି । ଅନ୍ୟ ପକ୍ଷରେ ଆଗାମି ଦୁଇଦିନ ଧରି ଉପର ମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସତର୍କ କରିଛି ।
