ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ସକାଳୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିଲା । ଯାହାକୁ ନେଇ ଜନ ସାଧାରଣ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ । ଗୋଟିଏ ପଟେ ଅସହ୍ୟ ଗୁଳୁଗୁଳି ଓ ଅନ୍ୟପଟେ ବାରମ୍ବାର ବିଦ୍ୟୁତ କାଟ ଚିନ୍ତାର କାରଣ ସାଜିଥିଲା । ହେଲେ ଅପରାହ୍ନରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଆକାଶ ମେଘାଛନ୍ନ ହେବା ସହିତ ସଂଧ୍ୟାର ଭ୍ରମ ସୃଷ୍ଟି ହୋଇଥିଲା । ଏହା ପରେ ପ୍ରବଳ ବିଜୁଳି, ଘଡଘଡି ମାରିବା ଆରମ୍ଭ କରିଥିଲା । ଏହା ପରେ ପ୍ରବଳ ବର୍ଷା ହୋଇଥିଲା । ଦୀର୍ଘ ସମୟ ଧରି ବର୍ଷା ସହିତ ଘଡଘଡି ବିଜୁଳି ମାରିଥିଲା । ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଘଡଘଡି ସହିତ ବର୍ଷା ହେବାରୁ ଗରମରୁ ତ୍ରାହି ମିଳିଛି ।
