Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ଡ୍ୟାନିଙ୍କ ହାଇ ଭୋଲ୍ଟେଜ ସୋ ପରେ ଚିନ୍ତାରେ ଦଳ ଛାଡିଥିବା ବିଜେଡି ନେତା

ଡ୍ୟାନିଙ୍କ ହାଇ ଭୋଲ୍ଟେଜ ସୋ ପରେ ଚିନ୍ତାରେ ଦଳ ଛାଡିଥିବା ବିଜେଡି ନେତା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗତ ୬ ତାରିଖ ଦିନ ବିଜେପିର ଆତଙ୍କରାଜ, ଗୁଣ୍ଡାରାଜ ବିରୁଦ୍ଧରେ ସୁକିନ୍ଦା ବିଜେଡି କଳା ଦିବସ ପାଳନ କରିଥିଲା । ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ(ଡ୍ୟାନି)ଙ୍କ ନେତୃତ୍ୱରେ ଏହି ହାଇ ଭୋଲ୍ଟେଜ ସୋ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ଯୋଗଦାନ କରିଥିଲେ । ହେଲେ ଜିଲ୍ଲାର ଅନ୍ୟ ବିଧାୟକ ଓ ବିଜେଡି ନେତା ଉପସ୍ଥିତ ନଥିଲେ । ମୁଖ୍ୟତ ନିର୍ବାଚନ ମଣ୍ଡଳୀ ବିଜେଡି ନେତା ଓ ନେତ୍ରୀ କାର୍ଯ୍ୟକ୍ରମରେ ସାମିଲ ଥିଲେ । କାର୍ଯ୍ୟକ୍ରମରେ ବିପୁଳ ଜନ ସମାଗମ ଡ୍ୟାନିଙ୍କ ଲୋକପ୍ରିୟତା ଓ ବିଜେପିର କାର୍ଯ୍ୟଧାରାରେ ସୁକିନ୍ଦା ଜନ ସାଧାରଣ କେତେ ବିମୁଖ ଓ ପ୍ରତିକ୍ରିୟାଶୀଳ ତାକୁ ପ୍ରକାଶ କରିଥିଲା । ବିଜେଡିର ଏହି ହାଇ ଭୋଲ୍ଟେଜ ସୋର ଚର୍ଚ୍ଚା ଏବେ ସାରା ରାଜ୍ୟରେ । ଆୟୋଜିତ ସଭାରେ ଏକ ବର୍ଷ ହେଲା ନିରବ ମୁଦ୍ରାରେ ଥିବା ଡ୍ୟାନି ନିଜର ଉଗ୍ରରୂପ ଦେଖାଇଥିଲେ । ବିଜେପି ଦଳ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କୁ ଖୋଲା ଆହ୍ୱାନ ଦେଇଥିଲେ ଡ୍ୟାନି । ଉପସ୍ଥିତ ଜନ ସମୁଦ୍ରକୁ ଇଙ୍ଗିତ କରି ଏହା ଟ୍ରେଲର, ଆଗକୁ ଫିଲ୍ମ ଅଛି ବୋଲି କହିଥିଲେ । ସୁକିନ୍ଦା ଲୋକଙ୍କ ଉପରେ ଆଙ୍ଗୁଳି ଉଠାଇଲେ ହାତ କାଟି ଦେବାର ଧମକ ମଧ୍ୟ ଦେଇଥିଲେ । ବର୍ଷକରେ ବହୁ କାଣ୍ଡ ଘଟାଇଲ, ଏବେ ସୁଧୁରୀ ଯା ବୋଲି ଚେତାବନୀ ଦେଇଥିଲେ । ଡ୍ୟାନିଙ୍କ ନାଲି ଆଖି ଦେଖି ବିଜେପିରେ କମ୍ପନ ସୃଷ୍ଟି ହୋଇଥିଲା ବେଳେ ମନ ମାରି ବସିଥିବା ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦ୍ବିଗୁଣିତ ହୋଇଛି ।

ହେଲେ ଏହି ହାଇ ଭୋଲ୍ଟେଜ ସୋ ପରେ ନିର୍ବାଚନ ସମୟରେ ଗୃହ ଶତ୍ରୁ ବିଭୀଷଣ ସାଜି ଦଳକୁ ପରାଜିତ କରି ବିଜେଡି ଛାଡିଥିବା ନେତାଙ୍କ ହୃତକମ୍ପ ସୃଷ୍ଟି ହୋଇଛି । ନିଜ ବ୍ୟବସାୟ ସାମ୍ରାଜ୍ୟ ବଢାଇବାକୁ ବିଜେପି ହାତ ଧରିଥିବା ଏହି ନେତା ବିଜେପି କର୍ମୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଏଣେ ଡ୍ୟାନି ଆକ୍ରମଣ ମୁଦ୍ରାକୁ ଫେରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଦ୍ୱାରା ବିଜେଡି ଆଗକୁ ଅଧିକ ଶକ୍ତି ପ୍ରଦର୍ଶନ କରିବା ନିଶ୍ଚିତ । ଏକ ବର୍ଷ ପରେ ଡ୍ୟାନିଙ୍କ ଲୋକପ୍ରିୟତା ବଢିଥିବା ଦେଖି ପୂର୍ବତନ ବିଜେଡି ନେତାଙ୍କ ଟେନ୍ସନ ବଢି ଯାଇଛି । ଏପରି ସ୍ଥଳରେ ଦୀର୍ଘ ବର୍ଷ ଦଳରେ ରହି ଘଡେଇ ପରିବାର ଆଶୀର୍ବାଦରୁ ପ୍ରତିଷ୍ଠା ପାଇଥିବା ନେତା ଓ ନେତ୍ରୀ ଦଳ ଛାଡିବା ଓ ଘଡେଇ ପରିବାର ବିରୁଦ୍ଧରେ ବିଶୋଦ୍ଗାରର ଜବାବ ବିଜେଡି ଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହାକୁ ନେଇ ଦଳ ଛାଡିଥିବା ନେତାଙ୍କର ରକ୍ତଚାପ ବଢି ଯାଇଛି । ଅନ୍ୟ ପକ୍ଷରେ କ୍ଷମତାଶାଳୀ ଦଳରେ ସାମିଲ ହେବାକୁ ଗୋଡ଼ ଟେକି ବସିଥିବା କିଛି ବିଜେଡି ନେତା ଏବେ ପଛ ଘୁଞ୍ଚା ଦେବା ଆରମ୍ଭ କଲେଣି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

Leave a comment

Your email address will not be published. Required fields are marked *