
ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ
ଓଡ଼ିଶା ଲିଡ୍ସ(ଯାଜପୁର):ସୁକିନ୍ଦା ବ୍ଲକ୍ ପିଙ୍ଗଲ ପଞ୍ଚାୟତ ବାଘବାହାଳି ଗ୍ରାମର ମଣି ବିନ୍ଧାଣିଙ୍କ ଦେହାନ୍ତ ହୋଇ ଯାଇଛି । ଏହି ଖବର ପାଇ ସ୍ୱର୍ଗତ ବିନ୍ଧାଣିଙ୍କ ବାସଭବନରେ ପହଞ୍ଚି ଥିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସେ ପରିବାର ବର୍ଗଙ୍କୁ ଭେଟି ଅମର ଆତ୍ମାର ସଦଗତି କାମନା କରିବା ସହିତ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ ।




























