
ଶିକ୍ଷା ମନ୍ଦିରରେ ଦୁର୍ନୀତିର କଳାଚିତ୍ର: ଏସଓଏସସି ପରୀକ୍ଷା କେନ୍ଦ୍ରରେ ପାସ ପାଇଁ ଅର୍ଥ କାରବାର ଅଭିଯୋଗ
ଓଡ଼ିଶା ଲିଡ୍ସ(ବ୍ରହ୍ମଗିରି): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏସ.ଓ.ଏସ୍.ସି. ପରୀକ୍ଷା-୨୦୨୬ (ଦ୍ୱିତୀୟ)ର ପରିଚାଳନାରେ ବ୍ୟାପକ ଅନିୟମିତତା ନେଇ ଏବେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି। ପରୀକ୍ଷା କେନ୍ଦ୍ର ଭିତରେ ସ୍ୱଚ୍ଛତା ଓ ଶୃଙ୍ଖଳାକୁ ଜଳାଞ୍ଜଳି ଦିଆଯାଇ ମୋଟା ଅଙ୍କର ଟଙ୍କା ବିନିମୟରେ ପରୀକ୍ଷାର୍ଥୀଙ୍କୁ ପାସ୍ କରାଯାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ପରୀକ୍ଷା କେନ୍ଦ୍ର ଚିଲିକା ନୋଡାଲ୍ ହାଇସ୍କୁଲ, ମାଲୁଦ ନୋଡାଲ୍ ହାଇସ୍କୁଲ ପରୀକ୍ଷା ହଲ୍ ଭିତରେ କଡ଼ା କଟକଣା […]



























