ରଥଯାତ୍ରା ବିଭ୍ରାଟର ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି
ଓଡ଼ିଶା ଲିଡ୍ସ(ବ୍ୟୁରୋ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ ବିଫଳ ହୋଇଛନ୍ତି । ନନ୍ଦିଘୋଷ ରଥ ଟଣା ହୋଇ ନ ପାରିବା, ଶରଧା ବାଲିରେ ତିନି ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯିବା ରାଜ୍ୟବାସୀଙ୍କ ମନରେ ଗଭୀର ରେଖାପାତ କରିଛି । ଏହା ଛଡା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ ହୋଇ ପଡିଛି। ହତ୍ୟା, ଦୁଷ୍କର୍ମ, ଚୋରୀ, ଲୁଟ ପାଟ ଦିନକୁ ଦିନ ବୃଦ୍ଧି ପାଇଛି । […]




















