ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ସିଆଣ୍ଡି ପଞ୍ଚାୟତରେ ଅବସ୍ଥିତ ମା ଚଣ୍ଡୀ ଦେବୀଙ୍କ ପିଠରେ ବିଜୁ ଜନତା ଦଳ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଲକ୍ଷ୍ମୀଧର ଦାଶ ସଭାପତିତ୍ବ କରି ବିଭିନ୍ନ ଦଳୀୟ ଓ ସାଙ୍ଗଠନିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ନୂତନ ସଭାପତି ଭାବେ ପ୍ରାଣନାଥ ବିଶ୍ବାଳ ଓ ସମ୍ପାଦକ ଭାବେ ପୂର୍ବତନ ସରପଞ୍ଚ ମଧୁସୂଦନ ବାରିକିଙ୍କୁ ଦାଇତ୍ୱ ଅର୍ପଣ ଥିଲେ। ବୈଠକରେ ମୂଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଯୋଗଦେଇ ସମସ୍ତ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ। ସାଧାରଣ ଲୋକଙ୍କ ସମସ୍ୟା ଓ ଦୁଃଖ ସମୟରେ ତାଙ୍କ ପାଖରେ ପହଞ୍ଚି ସମାଧାନ ପାଇଁ ଚେଷ୍ଟା କରିବାକୁ ଏବଂ ସଙ୍ଗଠନକୁ କିଭଳି ମଜଭୂତ ହେବ ସେ ନେଇ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବ୍ଲକ ବିଜେଡି ସଭାପତି ପଦ୍ମ ଚରଣ ଜେନା, ସମ୍ମାନୀତ ଅତିଥି ଭାବେ ସମ୍ପାଦକ ମନୋଜ କୁମାର ସାହୁ, ସିଆଣ୍ଡି ପଞ୍ଚାୟତ ସରପଞ୍ଚ ଆଦିତ୍ୟ ରଞ୍ଜନ ପଲେଇ, ବୁଧିବର ସରପଞ୍ଚ ସଞ୍ଜୁକ୍ତା ବିଶ୍ବାଳ, ରାମଲେଙ୍କା ସରପଞ୍ଚ ସବିତା ବିଶ୍ବାଳ, ସିଆଳ ସରପଞ୍ଚ ରବି ମାଝୀ, ବ୍ରହ୍ମପୁର ପଞ୍ଚାୟତ ସରପଞ୍ଚ ସନ୍ତୋଷ ଜେନା, ବ୍ରହ୍ମଗିରି ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନନ୍ଦ କିଶୋର ବିଶ୍ବାଳ, ସମିତି ସଭ୍ୟ କାଳୁ ଚରଣ ଜେନା, ତିନି ମୌଜା ସମ୍ପାଦକ ପ୍ରଶାନ୍ତ କୁମାର ପଲେଇ ଯୋଗଦେଇ ବିଜେପି ସରକାର ମିଛ ପ୍ରତାରଣାକୁ ନେଇ ଏବଂ ଜହ୍ନିକୁଦାରୁ ସାତପଡ଼ାକୁ ବ୍ରିଜ୍ ନିର୍ମାଣ କରିବାର ପ୍ରତିଶୃତି ଦେଇ ବାରମ୍ବାର ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରି ଚାଲିଥିବା ଉପରେ ଆଲୋଚନା ରଖିଥିଲେ। ପରିଶେଷରେ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ ମଞ୍ଚ ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ।



















