ଓଡ଼ିଶା ଲିଡ୍ସ(ବ୍ୟୁରୋ): ନିର୍ମାଣ ଜନିତ ତ୍ରୁଟି ଦେଖିବାକୁ ମିଳିଛି ରାଜ୍ୟ ବିଧାନସଭା ଅଭ୍ୟର୍ଥନା ଗୃହ ସମ୍ମୁଖରେ । ଏହି ଗୃହର ବାମ ପାର୍ଶ୍ଵରେ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ ନିର୍ମାଣ ହୋଇଛି । ହେଲେ ଏହି ରାମ୍ପ ସମ୍ମୁଖରେ ରହିଥିବା ବିଦ୍ୟୁତ ଖୁଣ୍ଟଟିକୁ ସେଠାରୁ ଉଠା ଯାଇନାହିଁ । ଫଳରେ କେହି ଭିନ୍ନକ୍ଷମ ଅଭ୍ୟର୍ଥନା ଗୃହକୁ ଆସିଲେ କିଭଳି ରାମ୍ପକୁ ବ୍ୟବହାର କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିର୍ମାଣ ସମୟରେ ଏଥି ପ୍ରତି କିଭଳି ଦୃଷ୍ଟି ଦିଆଗଲା ନାହିଁ ତାହା ମଧ୍ୟ ଚକିତ କରୁଛି । ତୁରନ୍ତ ରାମ୍ପ ସମ୍ମୁଖରେ ଥିବା ବିଦ୍ୟୁତ ଖୁଣ୍ଟଟିକୁ ଅନ୍ୟତ୍ର ଉଠାଇବା ଜରୁରୀ ହୋଇଛି ।




















