ଓଡ଼ିଶା ଲିଡ୍ସ(ବ୍ୟୁରୋ): ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନ ଘଟା ସୃଷ୍ଟି କରିଛି । ଫେବ୍ରୁୟାରୀ ୨୮ ତାରିଖରେ ଇରାନ ଉପରେ ପ୍ରଥମେ ଆକ୍ରମଣ କରିଥିଲେ ଉଭୟ ଦେଶ । ଏକ ଆକ୍ରମଣରେ ମିନାବରେ ଥିବା ଏକ ବାଳିକା ସ୍କୁଲରେ ୧୬୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଆମେରିକା ‘ଅପରେସନ ଏପିକ୍ ଫ୍ୟୁରି’ ଦ୍ବାରା ଇରାନରେ ଭୟଙ୍କର ଆକ୍ରମଣ କରିଥିଲା। ଆମେରିକା ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟରେ ଥିବା ଆଇଆର୍ଜିସିର ନାଭାଲ ବେସ୍ ଉପରେ ଆକ୍ରମଣ ବେଳେ ଏହି ସ୍କୁଲ କୋଠା କ୍ଷତିଗ୍ରସ୍ତ ହୋଇଥିଲା।
ଦ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ଆମେରିକା ସେନା ପକ୍ଷରୁ ହର୍ମୁଜ ପ୍ରଣାଳି ନିକଟରେ ଥିବା ଇରାନର ନୌସେନା ଶିବିର ଉପରେ ଆକ୍ରମଣବେଳେ ଏହିସ୍କୁଲ କ୍ଷତିଗ୍ରସ୍ତ ହୋଇଥିଲା। ହେଲେ ଉଭୟ ଆମେରିକା ଓ ଇସ୍ରାଏଲ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ ନକରି ସେମାନେ ନାଗରିକଙ୍କ କ୍ଷୟକ୍ଷତି ଜନିତ ରିପୋର୍ଟର ତର୍ଜମା କରୁଛନ୍ତି ବୋଲି କହିଥିଲେ। ମଙ୍ଗଳବାର ଇରାନ ୧୬୫ ଜଣଙ୍କର ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ଆୟୋଜନ କରିଥିବାବେଳେ ଏମାନଙ୍କ ମଧ୍ୟରେ ଅନେକ ଛାତ୍ରୀଥିଲେ। ଯାହା ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି ।




















