ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଜେନାପୁର ପୋଲିସ
ଯାଜପୁର,୨୫।୨(ଓଏଲ): ବିଭିନ୍ନ ଲୋକଙ୍କଠାରୁ ଠକେଇ କରି ଟଙ୍କା ଲୁଟ୍ କରିଥିବା ଅଭିଯୋଗରେ ଜେନାପୁର ପୋଲିସ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସୁକିନ୍ଦା ଜଗନ୍ନାଥ ସାହିର ମଧୁସୂଦନ ଦାସଙ୍କ ପୁଅ ହିମାଂଶୁ ଦାସ(୫୩) ଓ ଅନ୍ୟଜଣେ ଜେନାପୁର ଥାନା ଲୁଣିବର ଗ୍ରାମ ବାବାଜୀ ପ୍ରଧାନଙ୍କ ପୁଅ ଛବିନ୍ଦ୍ର ପ୍ରଧାନ(୩୧)। ଉଭୟ ଅଭିଯୁକ୍ତ ସରକାରୀ ଚାକିରି କରାଇଦେବାକୁ କହି ଜେନାପୁର ଓ ଅନ୍ୟ ଅଞ୍ଚଳର ଅନେକ ଲୋକଙ୍କ ଠାରୁ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଜେନାପୁର ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଜେନାପୁର ପୋଲିସ ଏକ ମାମଲା ରୁଜୁ ତଦନ୍ତ କରୁଥିଲା । ପୋଲିସ ସୁକିନ୍ଦାରେ ଚଢାଉ କରି ଉଭୟ ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜେନାପୁର ଆଇଆଇସି ପ୍ରକାଶ କରିଛନ୍ତି।