Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ଏବେ ବି ଶ୍ରଦ୍ଧା ଓ ସମ୍ମାନ ସାଉଁଟୁଛନ୍ତି ବରିଷ୍ଠ ନେତା ଅମର ଶତପଥୀ

ଏବେ ବି ଶ୍ରଦ୍ଧା ଓ ସମ୍ମାନ ସାଉଁଟୁଛନ୍ତି ବରିଷ୍ଠ ନେତା ଅମର ଶତପଥୀ

ଓଡ଼ିଶା ଲିଡ୍ସ(ଯାଜପୁର): କେବଳ ଯାଜପୁର ଜିଲ୍ଲାର ନୁହେଁ ରାଜ୍ୟର ଅନ୍ୟତମ ବରିଷ୍ଠ ତଥା ଅନୁଭବୀ ରାଜନେତା ହେଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସରକାର ସମୟର ପୂର୍ବତନ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ । ଗତ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା । ତାଙ୍କ ସ୍ଥାନରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ଟିକେଟ ଦେଇଥିଲା । ଅମର ନିଶ୍ଚିତ ବିଜୟ ହାସଲ କରିବେ ବୋଲି ସମସ୍ତେ ଜାଣିଥିଲା ବେଳେ ଦଳ କିନ୍ତୁ ତାଙ୍କୁ ଟିକେଟ ନ ଦେଇ ଅପଦସ୍ତ କରିଥିଲା । ଯାହା ଏହି ବରିଷ୍ଠ ନେତାଙ୍କୁ ବେଶ ଆଘାତ ଦେଇଥିଲା । ଦଳ ନିଷ୍ପତ୍ତିରେ ହାତବାକ ହୋଇ ଅମର ନିରବ ହୋଇ ଯାଇଥିଲେ । ହେଲେ ଅମରଙ୍କୁ ଖୁବ ଶ୍ରଦ୍ଧା ଓ ସମ୍ମାନ କରୁଥିବା ବଡ଼ଚଣା ଭୋଟର କିନ୍ତୁ ଦଳର ନିଷ୍ପତିକୁ ଗ୍ରହଣ ନ କରି ବର୍ଷାଙ୍କୁ ପରାଜୟର ରାସ୍ତା ଦେଖାଇ ଦେଇଥିଲେ । ବଡ଼ଚଣାରେ ଏକଦା ଅମରଙ୍କ ରାଜନୀତି ପାଠ ଶାଳାର ଛାତ୍ର ଥିବା ଅମର କୁମାର ନାୟକ ବିଜେପିରୁ ବିଜୟୀ ହୋଇଥିଲେ । ଏବେ ବିଧାୟକ ଅମରଙ୍କୁ ନେଇ ବଡ଼ଚଣା ରାଜନୀତି କେନ୍ଦ୍ରୀଭୂତ ହୋଇଥିଲା ବେଳେ ନିର୍ବାଚନ ନ ଲଢ଼ିବି ବରିଷ୍ଠ ନେତା ଅମର କିନ୍ତୁ ବଡ଼ଚଣାବାସୀଙ୍କ ଶ୍ରଦ୍ଧା ଓ ସମ୍ମାନ ସାଉଁଟୁଛନ୍ତି । ଅନ୍ୟ ପକ୍ଷରେ ଦଳ କିମ୍ବା କୌଣସି ପଦ ପଦବୀରେ ନଥିଲେ ବି ନା ଅମର ବଡ଼ଚଣା ଛାଡୁଛନ୍ତି ନା ବଡ଼ଚଣାବାସୀ ଅମରଙ୍କୁ ଛାଡୁଛନ୍ତି । ଭୁବନେଶ୍ୱରରେ ରହୁଥିଲେ ମଧ୍ୟ ପ୍ରାୟ ସମୟରେ ଅମର ବଡ଼ଚଣାରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି । ସମସ୍ତ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କ ଖୋଜା ପଡୁଥିଲା ବେଳେ ନିଜ ଲୋକଙ୍କ ଆଦର ପଣକୁ ବି ଆଡେଇ ଦେଇ ପାରୁ ନାହାନ୍ତି ଅମର । କିଏ ସମସ୍ୟାରେ ପଡିଲେ, ରୋଗରେ ପଡିଲେ କିମ୍ବା ମୃତ୍ୟୁ ବରଣ କଲେ ଅମର ସେମାନଙ୍କ ନିକଟରେ ପହଞ୍ଚି ସହାୟତା ଦେବା ସହିତ ସାନ୍ତ୍ୱନା ଦେବାକୁ ଆଦୌ ଅବହେଳା କରୁ ନାହାନ୍ତି । କାରଣ ଆଜକୁ ବର୍ଷ ବର୍ଷ ହେଲା ବଡ଼ଚଣାବାସୀଙ୍କ ଭାବାବେଗ ସହିତ ଯୋଡି ହୋଇ ରହିଛନ୍ତି । ଅନ୍ୟ ପକ୍ଷରେ ବିଜେଡି ଠାରୁ ଦୂରେଇ ଯାଇଥିବା ଅମରଙ୍କ ବିନା ବଡ଼ଚଣା ବିଜେପି ଏକ ପ୍ରକାର ଦିଗ ହରା ହୋଇ ଯାଇଛି । ଦିନେ ଏକକ ନେତୃତ୍ୱରେ ସଫଳ ପ୍ରଦର୍ଶନ କରୁଥିବା ବିଜେଡି ଆଗକୁ ଅମରଙ୍କ ବିନା ନିଜ ସ୍ଥିତି ରକ୍ଷା କରିବାକୁ ସଂଘର୍ଷ କରିବ ଏଥିରେ ସନ୍ଦେହ ନାହିଁ ।

Leave a comment

Your email address will not be published. Required fields are marked *