ଓଡ଼ିଶା ଲିଡ୍ସ(ବ୍ୟୁରୋ): ପୁଣି ଲୀଳାମୟ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଲୀଳା କରିଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଲି ଉତ୍ସବ ଏବଂ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନ ହୋଇଛି। ସୋମବାର ଶ୍ରୀମନ୍ଦିରର ନୀଳଚକ୍ରରେ ଉଡୁଥିବା ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ପଡିଛି। ଶୂନ୍ୟ ଗଣ୍ଠି ପଡ଼ିଥିବା ବାନାକୁ ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳ କାରକ ବୋଲି ବିବେଚନା କରାଯାଏ ।
ଶୂନ୍ୟରେ ପତିତପାବନ ବାନାରେ ଗଣ୍ଠି ପଡ଼ିଲେ ତାହାକୁ ଶୂନ୍ୟ ଗଣ୍ଠି କୁହାଯାଏ। ହଜାର ହଜାର ଶ୍ରଦ୍ଧାଳୁ ଶୂନ୍ୟ ଗଣ୍ଠିକୁ ଦେଖିବାର ସୌଭାଗ୍ୟ ଲାଭ କରି ବିଭୋର ହୋଇ ଏହା କାଳିଆ ଠାକୁରଙ୍କ ଲୀଳା ବୋଲି ମତବ୍ୟକ୍ତ କରିଛନ୍ତି ।
