ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲା ବରୁଆଁ-ବରୀ-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତା ଜିଲ୍ଲାର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତା ଉପରେ ଯାଜପୁର ଜିଲ୍ଲା ସହିତ କେନ୍ଦ୍ରାପଡା ଜିଲ୍ଲାର ଜନସାଧାରଣ ନିର୍ଭରଶୀଳ । ଦୈନିକ ହଜାର ହଜାର ସଂଖ୍ୟାରେ ଗାଡି ମଟର ଏହି ରାସ୍ତା ଉପରେ ଗତାଗତ କରୁଛି । ହେଲେ ରାସ୍ତାର ସୁରକ୍ଷା ପ୍ରତି ବିଭାଗୀୟ ଅଧିକାରୀ ଆଖି ବୁଜି ଦେଇ ନିଜର ଅମାନିଆ ପଣ ଦେଖାଉଛନ୍ତି । ରାସ୍ତା ଖାଲ ଖମାରେ ପୂର୍ଣ୍ଣ ହୋଇଥିଲା ବେଳେ ଏହାକୁ ମରାମତି କରିବାରେ ମନ ଦେଉନାହିଁ ବିଭାଗ । ମରାମତି ଅଭାବରୁ ରାସ୍ତାର ଖାଲ ଦିନକୁ ଦିନ ବୃଦ୍ଧି ପାଇ ପଥଚାରୀଙ୍କ ପାଇଁ ବିପଦର କାରଣ ହୋଇଛି । ଖାଲଖମା ପାଇଁ ଦୁର୍ଘଟଣା ମଧ୍ୟ ଘଟୁଛି । ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।
