ଓଡ଼ିଶା ଲିଡ୍ସ (ବ୍ୟୁରୋ): ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣା ପରେ ଉଚ୍ଚ ଶିକ୍ଷା ବିଭାଗର ଚୈତନ୍ୟ ଉଦୟ ହୋଇଛି । ଏହି ଘଟଣା ପରେ ସରକାର ବେଶ ସଚେତନ ହୋଇ ପଡିଛନ୍ତି । ସମସ୍ତ କଲେଜ ଏବଂ ବିଶ୍ବବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନକୁ ନେଇ ଅଧ୍ଯକ୍ଷ ମାନଙ୍କୁ ତାଗିଦ କରିଛି ଉଚ୍ଚଶିକ୍ଷା ବିଭାଗ । ସମସ୍ତ କଲେଜ ଏବଂ ବିଶ୍ବବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନକୁ ନିଶ୍ଚିତ କରିବାକୁ ନେଇ ତାଗିଦ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ଅନ୍ତରୀଣ ଅଭିଯୋଗ କମିଟିର ସ୍ଥିତି ବିଷୟରେ ଉଚ୍ଚ ଶିକ୍ଷା ବିଭାଗକୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗଠିତ କମିଟି ସଦସ୍ୟଙ୍କ ନାମ ଏବଂ ଯୋଗାଯୋଗ ନମ୍ବର ଏଚଆର।ଏମଏସ ପୋର୍ଟାଲରେ ଅପଲୋଡ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କଲେଜ ଓ ବିଶ୍ଵବିଦ୍ୟାଳୟରେ ଯଥାଶୀଘ୍ର ମହିଳା ଯୌନ ଶୋଷଣ ଏବଂ ଅଭିଯୋଗ ନେଇ କର୍ମଶାଳା ଆୟୋଜନ କରିବାକୁ ନିର୍ଦ୍ଦେଶ ମଧ୍ୟ ଜାରି ହୋଇଛି।