Skip to main content

orissaleads

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

Blog Post

orissaleads > ରାଜ୍ୟ > ନୂଆପଡ଼ା ଉପନିର୍ବାଚନ: ୩ ପ୍ରମୁଖ ଦଳ ନଜରରେ ଆଦିବାସୀ ଓ ଯୁବ ଭୋଟର

ନୂଆପଡ଼ା ଉପନିର୍ବାଚନ: ୩ ପ୍ରମୁଖ ଦଳ ନଜରରେ ଆଦିବାସୀ ଓ ଯୁବ ଭୋଟର

ଓଡ଼ିଶା ଲିଡ୍ସ(ବ୍ୟୁରୋ): ନୂଆପଡ଼ା ନିର୍ବାଚନ ଦିନ ପାଖେଇ ଆସୁଥିଲା ବେଳେ ତିନି ପ୍ରମୁଖ ଦଳ ନିଜ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି । ପ୍ରଚାର ଜରିଆରେ ନିଜ ଦଳ ପ୍ରତି ଭୋଟରଙ୍କ ସମର୍ଥନ ହାସଲ ଉଦ୍ୟମ ହେଉଥିଲା ବେଳେ ପ୍ରକୃତ ନଜର କିନ୍ତୁ ରହିଛି ନୂଆପଡାର ଆଦିବାସୀ ଓ ଯୁବ ଭୋଟ ଉପରେ । ଯିଏ ଅଧିକ ଆଦିବାସୀ ଓ ଯୁବ ଭୋଟ ନିଜ ସମର୍ଥନକୁ ଆଣିବ ସେଇ ଦଳ ଏଠାରେ ଜିତିବ । ବିଶେଷ କରି ନିର୍ବାଚନମଣ୍ଡଳୀରେ ଆଦିବାସୀ ଭୋଟର ସଂଖ୍ୟାଧିକ ଥିବାରୁ ଏମାନେ ନିର୍ଣ୍ଣାୟକ ଭୂମିକା ନେବେ ବୋଲି କୁହାଯାଉଛି । ବିଜେପି, ବିଜେଡି ଓ କଂଗ୍ରେସ ଦଳ ଆଦିବାସୀ ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ରଣନୀତି ଆଙ୍କିଛନ୍ତି ।

ଏହି ନିର୍ବାଚନ ମଣ୍ଡଳୀରେ ପ୍ରାୟ ୪୨ ପ୍ରତିଶତ ଆଦିବାସୀ ଭୋଟର ଅଛନ୍ତି । କୋମନା ବ୍ଲକରେ ପ୍ରାୟ ୫୦ ହଜାର, ନୂଆପଡା ବ୍ଲକରେ ପ୍ରାୟ ୪୦ ହଜାର ଆଉ ନୂଆପଡା ଏବଂ ଖରିଆରରୋଡ ଏନଏସିରେ ପାଖାପାଖି ୫ ହଜାର ଆଦିବାସୀ ବସବାସ କରୁଛନ୍ତି। ଯେଉଁଥିପାଇଁ ଆଦିବାସୀ ଭୋଟରଙ୍କୁ ଅଧିକ ଗୁରୁତ୍ବ ଦେଉଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ।

କଂଗ୍ରେସ ଆଦିବାସୀ ପ୍ରାର୍ଥୀ ଭାବେ ଘାସିରାମ ମାଝୀ ଘୋଷଣା କରି ରେସରେ ଆଗରେ ରହିବାକୁ ଉଦ୍ୟମ କରିଛି। ଗତ ନିର୍ବାଚନରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିବା ଘାସିରାମ ସର୍ବାଧିକ ଆଦିବାସୀ ଭୋଟ ପାଇଁ ନିଜ ଭୋଟ ସଂଖ୍ୟାକୁ ୫୦ ହଜାର ପାର କରିବାକୁ ସକ୍ଷମ ହୋଇଥିଲେ । ଚଳିତ ନିର୍ବାଚନରେ ଘାସିରାମଙ୍କୁ ବିଭିନ୍ନ ଆଦିବାସୀ ସଂଗଠନ ବିରୋଧ କରୁଥିଲା ବେଳେ ସେମାନଙ୍କୁ ମନାଇବାକୁ ଘାସିରାମ ଓ କଂଗ୍ରେସ ଉଦ୍ୟମ କରୁଛି ।

ଶାସକ ବିଜେପି ବିକାଶକୁ ଆଧାର କରି ଆଦିବାସୀ ଭୋଟରଙ୍କ ପାଖକୁ ଯାଉଛି। ବିଜେପି ସରକାର ସମୟରେ ଆଦିବାସୀଙ୍କ ଉନ୍ନତି ହେବାର ପ୍ରତିଶୃତି ଦେଉଛି ବିଜେପି । ବିଜେଡି ମଧ୍ୟ ଆଦିବାସୀ ଭୋଟ ଉପରେ ଫୋକସ କରୁଛି । ବିଗତ ଦିନରେ ବିଜେଡି ସରକାର ସମୟରେ ସରକାର ଆଦିବାସୀଙ୍କ ଉନ୍ନତିକୁ ଗୁରୁତ୍ୱ ଦେଇଥିବା କଥା କହି ଆଦିବାସୀଙ୍କ ସମର୍ଥନ ହାସଲ ଉଦ୍ୟମ କରୁଛି । ବିଜେଡି ପ୍ରଥମ ପଦକ୍ଷେପ ସ୍ୱରୂପ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଭାନୁ ପ୍ରତାପ ସିଂ ମାଝୀଙ୍କ ଉପରୁ ନିଲମ୍ବନ ଉଠାଇ ଆଦିବାସୀମାନଙ୍କୁ ନିଜ ଆଡକୁ ନେବାକୁ ଚେଷ୍ଟା କରୁଛି । ଆଦିବାସୀଙ୍କ ଉପରେ ଭାନୁ ପ୍ରତାପଙ୍କ ପ୍ରଭାବ ଥିବାରୁ ବିଜେଡି ଏହି ପଦକ୍ଷେପ ନେଇଛି । ବିଜେଡି ମହିଳା ପ୍ରାର୍ଥୀ ଦେଇ ମହିଳା କାର୍ଡ ଖେଳିଥିଲା ବେଳେ ସ୍ନେହାଙ୍ଗିନୀ ଏସସି ବର୍ଗର ପ୍ରାର୍ଥିନୀ ହୋଇଥିବାରୁ ନିର୍ବାଚନମଣ୍ଡଳୀର ୧୫ ପ୍ରତିଶତ ଏସସି ଭୋଟରଙ୍କ ଉପରେ ମଧ୍ୟ ନଜର ରଖିଛି ବିଜେଡିବ। ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୦ ହଜାର ୭୨ ଜଣ ନୂଆ ଭୋଟର ତାଲିକା ଭୁକ୍ତ ହୋଇଥିଲା ବେଳେ ସେମାନଙ୍କୁ ଟାର୍ଗେଟ କରିଛନ୍ତି ତିନି ଦଳ ।

Leave a comment

Your email address will not be published. Required fields are marked *