ଓଡ଼ିଶା ଲିଡ୍ସ(ଯାଜପୁର): କେନ୍ଦ୍ର ଓ ରାଜ୍ୟ ସରକାର ସର୍ବଦା ସାଧାରଣ ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ବିଭିନ୍ନ ଯୋଜନା କରିଥାଆନ୍ତି। ତଥାପି ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଜିଲ୍ଲାର ସୁକିନ୍ଦା ବ୍ଲକର ‘ନଗଡ଼ା’ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ।
ନଗଡାର ତଳଢ଼ିହ,ତୁମୁଣି ଓ ଗୁହିଆଶାଳର ଲୋକମାନେ ସରକାରଙ୍କ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଏହାର ସ୍ଥାୟୀ ସମାଧାନ ନିମନ୍ତେ ମିଶନ୍ ଜ୍ୟୋତି ଟ୍ରଷ୍ଟ ଦୀର୍ଘ ଦିନ ହେଲା ପ୍ରୟାସ ଜାରି ରଖିଛି । ଗତ କାଲି ଟ୍ରଷ୍ଟର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଅମ୍ବର କୁମାର କରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ନଗଡାର ବିଭିନ୍ନ ସମସ୍ୟା ନେଇ ବିସ୍ତୁତ ଆଲୋଚନା କରିଛନ୍ତି।
ଆଲୋଚନା ସମୟରେ ଜିଲ୍ଲାପାଳ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏ ନେଇ ଟ୍ରଷ୍ଟର ସଭାନେତ୍ରୀ ରଶ୍ମିଲତା ବଳ ସୂଚନା ଦେଇଛନ୍ତି। ଏହି ଆଲୋଚନା ସମୟରେ ଟ୍ରଷ୍ଟର ସମ୍ପାଦକ ମାନସ ବେହେରା, ସଦସ୍ୟ ମେଘନାଦ ଜେନା, ସନ୍ଦୀପ ବିଶ୍ୱାଳ, କ୍ଷୀରୋଦ ସାହୁ, ସତ୍ୟଜିତ୍ ଦାସ, ସୋମେଶ ପ୍ରଧାନ, ଗୀତାଞ୍ଜଳି ପାତ୍ର ଓ ସବ୍ୟସାଚୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।




















