ଓଡ଼ିଶା ଲିଡ୍ସ(ବ୍ୟୁରୋ): ଧାନ ମଣ୍ଡିକୁ ନେଇ ରାଜ୍ୟରେ ଅବ୍ୟବସ୍ଥା ଲାଗି ରହିଥିଲା ବେଳେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଚାଷୀ ଅସନ୍ତୋଷ ପ୍ରଶମିତ କରିବାକୁ କଳାହାଣ୍ଡି ଉତ୍ସବ ଘୁମୁରା ମଞ୍ଚରୁ ଚାଷୀଙ୍କୁ ଆଶ୍ବସନା ବାଣୀ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ଚାଷୀଙ୍କ ଧାନ କିଣାଯିବ । ଏହା ସହିତ ଚାଷୀମାନେ ହତୋତ୍ସାହିତ ନହେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
କଳାହାଣ୍ଡି ଉତ୍ସବ ଘୁମୁରାର ଉଦ୍ଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ସାମିଲ୍ ହୋଇଥିଲେ । ଏହା ପୂର୍ବରୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପୀଠକୁ ଯାଇ ମାଆଙ୍କୁ ଦର୍ଶନ କରି ଆଶିଷ କାମନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ପାଇଁ ପ୍ରାୟ ୮୯୧.୩୯ କୋଟି ଟଙ୍କା ବିନିମୟରେ ୩ ହଜାର ୬୧୨ଟି ପ୍ରକଳ୍ପର ଲୋକାର୍ପଣ ମଧ୍ୟ କରିଥିଲେ ।




















