Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ବଢୁଛି ରାଜ୍ୟସଭା ଚର୍ଚ୍ଚା: ବିଜେଡିର ପ୍ରଥମ ପସନ୍ଦ ହେବେ ଶର୍ମିଷ୍ଠା !

ବଢୁଛି ରାଜ୍ୟସଭା ଚର୍ଚ୍ଚା: ବିଜେଡିର ପ୍ରଥମ ପସନ୍ଦ ହେବେ ଶର୍ମିଷ୍ଠା !

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆସନ୍ତା ମାର୍ଚ୍ଚ ମାସରେ ୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ବିଧାନସଭାରେ ଶାସକ ବିଜେପି ଓ ଵିରୋଧି ଦଳ ବିଜେଡିର ସଂଖ୍ୟା ଦୃଷ୍ଟିରୁ ଉଭୟ ଦଳ ତିନିଟି ଆସନରେ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରି ପାରିବେ । ସେଥିମଧ୍ୟରୁ ବିଜେପି ଦୁଇଟି ଆସନରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବିଜୟୀ କରିବା ସମ୍ଭବ ଥିଲା ବେଳେ ବିଜେଡି ଗୋଟିଏ ଆସନରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବିଜୟୀ କରି ପାରିବ । ଉଭୟ ଦଳ ତିନି ଜଣ ପ୍ରାର୍ଥୀଙ୍କୁ ବିଜୟୀ କରିବା ପରେ ଅବଶିଷ୍ଠ ଭୋଟ ଚତୁର୍ଥ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବ । ଆଗାମି ରାଜ୍ୟସଭା ନିର୍ବାଚନରେ କିଏ ଚତୁର୍ଥ ପ୍ରାର୍ଥୀ ହେବ ସେ ନେଇ ବ୍ୟାପକ ଚର୍ଚ୍ଚା ଚାଲିଥିଲା ବେଳେ ବିଜେଡିର କିଏ ପ୍ରଥମ ପସନ୍ଦର ପ୍ରାର୍ଥୀ ହେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଥମୁ ନାହିଁ । ଭି.କେ.ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା ପାଣ୍ଡିଆନ ବିଜେଡିର ପ୍ରଥମ ପସନ୍ଦ ପ୍ରାର୍ଥୀ ହେବା ନେଇ ଜୋରଦାର ଆଲୋଚନା ଚାଲିଥିଲା ବେଳେ ଦଳ ମଧ୍ୟରେ ଏହାକୁ ନେଇ ବିବାଦ ଦେଖା ଦେଇଛି । ଦଳ ମଧ୍ୟରେ ଗୋଷ୍ଠି ବିବାଦ ତୀବ୍ର ହେଉଥିଲା ବେଳେ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ମଧ୍ୟ ଝଡ଼ ସୃଷ୍ଟି କରିଛି । ଏ ନେଇ କେହି ମୁହଁ ଖୋଲୁ ନଥିଲେ ମଧ୍ୟ ସଂଖ୍ୟାଧିକ ନେତା ଦଳ ସଭାପତି ନବୀନଙ୍କ ମନ୍ତବ୍ୟକୁ ନେଇ ଖୁସି ନଥିବା ଚର୍ଚ୍ଚା ହେଉଛି । ଏପରି ସ୍ଥଳେ ନବୀନ ସୁଜାତାଙ୍କୁ ପ୍ରାର୍ଥୀ କରି ରିକ୍ସ ନେବାକୁ ଚାହୁଁ ନଥିବା ମଧ୍ୟ ମତ ପ୍ରକାଶ ପାଇଛି ।

ବିଗତ ଦିନରେ ବିଜେଡି ରାଜ୍ୟର ମହିଳା ଭୋଟରଙ୍କୁ ନେଇ ବେଶ ବଳଶାଳୀ ଥିଲା । ସରକାର ମହିଳାଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ମଧ୍ୟ ନେଇଥିଲେ । ହେଲେ ବିଜେପି ସରକାରର ସୁଭଦ୍ରା ଯୋଜନା ବିଜେଡିର ଅଙ୍କକୁ ବିଗାଡି ଦେଇ ସାରିଛି । ତେଣୁ ଦଳ ଚାହୁଁଚି ରାଜ୍ୟ ସଭାକୁ ଜଣେ ମହିଳାଙ୍କୁ ପଠାଇ ରାଜ୍ୟର ମହିଳାଙ୍କ ଭିତରେ ଦଳ ପ୍ରତି ସମର୍ଥନ ବୃଦ୍ଧି କରିବ । ଦଳର ପାଣ୍ଡିଆନ ସମର୍ଥକ ଗୋଷ୍ଠି ସୁଜାତାଙ୍କୁ ନେଇ ଲବି ଆରମ୍ଭ କରିଥିଲା ବେଳେ ସେମାନଙ୍କୁ ବିରୋଧ ଭୟ ଘାରିଛି ।

ଏପରି ସ୍ଥଳେ ଯାଜପୁରର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ନାମ ଚର୍ଚ୍ଚାର ପରିଧି ଭିତରେ ଥିବା ବିଶ୍ୱସ୍ଥ ସୁତରୁ ଜଣା ଯାଇଛି । ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ଲୋକସଭା ସାଂସଦ ଥିଲେ ଶର୍ମିଷ୍ଠା । ଜଣେ ଭଦ୍ର, ନମ୍ର ଓ ଉଚ୍ଚଶିକ୍ଷିତା ମହିଳା ଭାବେ ପରିଚିତ ଶର୍ମିଷ୍ଠା ଦୀର୍ଘ ୫ ବର୍ଷ ମଧ୍ୟରେ ଲୋକସଭାରେ ବେଶ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଏବେ ମଧ୍ୟ ସେ ନିଜକୁ ରାଜ୍ୟ ରାଜନୀତି ସହିତ ଜିଲ୍ଲା ରାଜନୀତିରେ ବେଶ ସକ୍ରିୟ ରଖିଛନ୍ତି । ଯାଜପୁର ଜିଲ୍ଲା ବିଜେଡିରେ ବିବାଦ ଉଗ୍ରରୂପ ନେଉଥିଲା ବେଳେ ସେ ବିବାଦ ଠାରୁ ଉର୍ଦ୍ଧ୍ବରେ ମଧ୍ୟ ରହିଛନ୍ତି । ବିଭିନ୍ନ ନିର୍ବାଚନ ମଣ୍ଡଳୀର ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି । ଦଳ ତାଙ୍କୁ ଯଦି ରାଜ୍ୟ ସଭା ପଠାଏ ତେବେ ସେ ରାଜ୍ୟ ସଭାରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରି ପାରିବେ ବୋଲି ମତ ପ୍ରକାଶ ପାଇଛି । ଏହା ସହିତ ଯାଜପୁର ବିଜେଡି ମଧ୍ୟ ସଙ୍ଗଠିତ ହୋଇ ପାରିବ । ଅନ୍ୟ ପକ୍ଷରେ ରାଜ୍ୟ ସଭାର ଅନ୍ୟତମ ମହିଳା ସାଂସଦ ସୁଲତା ଦେଓ ରାଜ୍ୟସଭାରେ ରାଜ୍ୟ ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିଥିଲା ବେଳେ ଉଭୟ ଶର୍ମିଷ୍ଠା ଓ ସୁଲତା ମିଳିତ ଭାବେ ରାଜ୍ୟ ସ୍ୱାର୍ଥ ପାଇଁ ପ୍ରଭାବୀ ପ୍ରଦର୍ଶନ କରି ପାରିବେ ବୋଲି ମତ ପ୍ରକାଶ ପାଇଛି ।

Leave a comment

Your email address will not be published. Required fields are marked *