ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତୀୟ କ୍ରିକେଟର ରିଙ୍କୁ ସିଂହଙ୍କ ବାପା ଖଚନ୍ଦ୍ର ସିଂହଙ୍କ ପରଲୋକ ହୋଇ ଯାଇଛି । ନୋଏଡାର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ଦେହାନ୍ତ ହୋଇ ଯାଇଛି । ଦୀର୍ଘ ଦିନ ଧରି ଲିଭର କ୍ୟାନସରରେ ପୀଡ଼ିତ ଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଦଳ ଛାଡି ରିଙ୍କୁ ତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚି ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।




















