ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଲକ ବ୍ରାହ୍ମଣୀ ନଦୀର ଖରୀ ପଡିଆ ଘାଟରେ ରଙ୍ଗଖେଳି ସାରି ଗାଧୋଉ ଥିଲା ବେଳେ ବୁଡିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ରଙ୍ଗ ଖେଳ ପରେ ସାଙ୍ଗ ମାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ । ମୃତ ଯୁବକ ହେଲେ ବରୀ ବ୍ଲକ ଯଁପଡା ଅଞ୍ଚଳର ହିରଣ୍ୟ କୁମାର ବେହୁରିଆ। ଯୁବକ ବୁଡିଯିବା ପରେ ବରୀ ଅଗ୍ନିଶମ ବାହିନୀକୁ ବାରମ୍ବାର ଫୋନ କରାଯାଇଥିଲେ ବି ଗାଡି ବିଳମ୍ବରେ ପହଞ୍ଚିଥିବା ଅଭିଯୋଗ ହୋଇଛି । ଉଦ୍ଧାର ପରେ ଯୁବକ ଜଣଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।




















