ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦୁର୍ବଳ ଆୟର୍ଲ୍ୟାଣ୍ଡ ନିକଟରୁ ଲଜ୍ୟା ଜନକ ଭାବେ ସିରିଜ ହାରିଛି ବିଶ୍ୱ ଚମ୍ପିୟାନ ଭାରତ । ଭାରତ ଏବଂ ଆୟର୍ଲ୍ୟାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚ ରୋମାଞ୍ଚକର ଭାବେ ଆୟର୍ଲ୍ୟାଣ୍ଡ ୧ ରନରେ ଜିତି ସିରିଜ ଜିତିବାରେ ସକ୍ଷମ ହୋଇଛି । ବେଲଫାଷ୍ଟର ସିଭିଲ ସର୍ଭିସ କ୍ରିକେଟ କ୍ଲବରେ ଏହି ମ୍ୟାଚ ଖେଳା ଯାଉଥିଲା । ଭାରତ ବିପକ୍ଷରେ ଶୃଙ୍ଖଳା ବିଜୟ ହାସଲ କରି ଆୟର୍ଲ୍ୟାଣ୍ଡ ଇତିହାସ ରଚିଛି। ପ୍ରଥମ ଟି-୨୦ରେ ଭାରତକୁ ମଧ୍ୟ ଆୟର୍ଲ୍ୟାଣ୍ଡ ୩୪ ରନ୍ରେ ପରାସ୍ତ କରିଥିଲା।
ପ୍ରଥମ ମ୍ୟାଚ ଭଳି ଭାରତୀୟ ଟିମ୍ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଘରୋଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୪ ରନ୍ ସଂଗ୍ରହ କରିଥିଲା। ଭାରତକୁ ଏହି ମ୍ୟାଚରେ ବିଜୟୀ ହେବା ପାଇଁ ୧୫୫ ରନ୍ର ଲକ୍ଷ୍ୟ ମିଳିଥିଲା। ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୩ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ।




















