ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ଅପରାହ୍ନରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା । ଦୁଇଦିନ ହେଲା ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଥିବା ବେଳେ ବର୍ଷା ଗରମ ରେ ବିରାମ ଲଗାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା ବେଳେ ବରୀ ବ୍ଲକରେ ପ୍ରବଳ ବର୍ଷା ହୋଇଛି । ଆଜି ବର୍ଷାରେ ବିଭିନ୍ନ ଖାଲୁଆ ସ୍ଥାନରେ ପାଣି ଜମିଥିଲା ବେଳେ ଜିଲ୍ଲାର ଦ୍ଵିତୀୟ ପୁରାତନ ମହାବିଦ୍ୟାଳୟ ଗୋପବନ୍ଧୁ ଚୌଧୁରୀ କଲେଜ ଜଳାର୍ଣ୍ଣବ ହୋଇଯାଇଥିଲା ।




















