ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ ତମ ଜନ୍ମ ଦିନରେ ଭୁବନେଶ୍ୱର ଠାରେ ଆୟୋଜିତ ରକ୍ତଦାନ ଶିବିରରେ ଯାଜପୁର ନଗରର ଯୁବ ବିଜେପି କର୍ମୀ ମାନେ ଯୋଗଦାନ କରି ରକ୍ତଦାନ କରିଛନ୍ତି । ନଗର ଯୁବ ସଭାପତି ଅକ୍ଷୟ କୁମାର ବେହେରାଙ୍କ ନେତୃତ୍ୱରେ ୭୦ ରୁ ଉର୍ଦ୍ଧ୍ଵ ଯୁବକ ଭୁବନେଶ୍ୱର ଯାଇ ରକ୍ତଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହରିହର ସାହୁ, ସରୋଜ କୁମାର ସାହୁ, ସଞ୍ଜୟ ସିଂ, ମିଲନ ଦାସ, ସୁରେନ୍ଦ୍ର ମହାରଣା ପ୍ରମୁଖ ରକ୍ତଦାନ କରିଥିଲେ ।




















