Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ର୍ଜାତୀୟ > ମଧ୍ୟପ୍ରଦେଶ ଦତିଆ ଉପ ନିର୍ବାଚନରେ ବିଜେପିକୁ ହରାଇଲା କଂଗ୍ରେସ, ବିଜେପି ନିରାଶ

ମଧ୍ୟପ୍ରଦେଶ ଦତିଆ ଉପ ନିର୍ବାଚନରେ ବିଜେପିକୁ ହରାଇଲା କଂଗ୍ରେସ, ବିଜେପି ନିରାଶ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଜେପି ଶାସିତ ମଧ୍ୟପ୍ରଦେଶର ଦତିଆ ଉପ ନିର୍ବାଚନରେ କଂଗ୍ରେସର ବିଜୟ ଦଳକୁ ଉତ୍ସାହିତ କରିଛି । ଅନ୍ୟ ପକ୍ଷରେ ଏହା ଶାସକ ଦଳକୁ ଚିନ୍ତାରେ ପକାଇ ଦେଇଛି । ଉପ ନିର୍ବାଚନରେ କଂଗ୍ରେସର ଘନଶ୍ୟାମ ସିଂହ ବିଜେପିର ଆଶୁତୋଷ ତିୱାରୀଙ୍କୁ ୬,୦୧୬ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମଙ୍କ ଏହି ବିଜୟ କଂଗ୍ରେସକୁ ମଧ୍ୟ ରାଜ୍ୟରେ ବଳ ଯୋଗାଇଛି। କଂଗ୍ରେସର ଘନଶ୍ୟାମ ସିଂହ ୬୬,୭୫୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ଆଶୁତୋଷ ତିୱାରୀ ୫୭,୨୭୭ ଖଣ୍ଡ ଭୋଟ ପାଇଛନ୍ତି। ଉପ ନିର୍ବାଚନ ବିଜୟ ପରେ କଂଗ୍ରେସ କର୍ମୀମାନେ ଭୋପାଳ ପାର୍ଟି ମୁଖ୍ୟାଳୟରେ ଉତ୍ସବ ପାଳନ କରିଛନ୍ତି।

ବିଜେପି ଠାରୁ କ୍ରମାଗତ ହାରୁଥିବା କଂଗ୍ରେସକୁ ଏହି ବିଜୟ କିଛି ପରିମାଣରେ ଆଶ୍ୱସ୍ତି ଦେଇଛି। ମୁଖ୍ୟାଳୟରେ ଦୀର୍ଘଦିନ ପରେ କଂଗ୍ରେସ କର୍ମୀମାନେ ନୃତ୍ୟ କରିବା ସହ ଢୋଲ ବଜାଇ ବାଣ ଫୁଟାଇଛନ୍ତି। ଏହି ବିଜୟ ପାଇଁ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ଜିତେନ୍ଦ୍ର ପଟୱାରି ଦତିଆର ଭୋଟରଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି। କଂଗ୍ରେସ ମୁଖ୍ୟ କହିଛନ୍ତି ଲୋକମାନେ ବିଜେପିର ଅହଂକାର ଓ ଦୁର୍ନୀତିର ପର୍ଦ୍ଦାଫାସ କରିଛନ୍ତି। ନିର୍ବାଚନ ଜିତିଥିବା ଘନଶ୍ୟାମ ମଧ୍ୟ ବିଜୟରୁ ସବୁ ଶ୍ରେୟ ଲୋକମାନଙ୍କୁ ଦେଇ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।ଅନ୍ୟପକ୍ଷରେ ପରାଜୟ ପରେ ବିଜେପି କ୍ୟାମ୍ପରେ ନିରାଶା ଦେଖିବାକୁ ମିଳିଛି। ଉପ ନିର୍ବାଚନ ଜିତିବାକୁ ଦଳ ସବୁ ପ୍ରକାରର ଉଦ୍ୟମ କରିଥିଲା ବେଳେ ଏହା ସଫଳ ହୋଇନାହିଁ ।

୨୦୨୩ ମଧ୍ୟପ୍ରଦେଶର ଦତିଆରେ ନିର୍ବାଚନ ହାରିଥିବା ଡକ୍ଟର ନରୋତ୍ତମ ମିଶ୍ରା ଏଠାରୁ ପୁଣି ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ଥିଲେ । ନିର୍ବାଚନ ପୂର୍ବରୁ ସାଧାରଣ ସଭା କରି ପୁରୁଣା ଭୁଲକୁ ସୁଧାରିବାକୁ ଚେଷ୍ଟା କରିଥିଲେ। ଦତିଆରୁ କ୍ରମାଗତ ୩ଥର ଜିତିଥିବା ଶ୍ରୀ ମିଶ୍ରା ଉପ ନିର୍ବାଚନର ତାରିଖ ଘୋଷଣା ହେବା ମାତ୍ରେ ନାମାଙ୍କନ ପତ୍ର ମଧ୍ୟ କିଣିଥିଲେ। କିନ୍ତୁ ବିଜେପି ପୂର୍ବତନ ଡିଭିଜନାଲ ସାଂଗଠନିକ ସମ୍ପାଦକ ଆଶୁତୋଷ ତିୱାରୀଙ୍କୁ ଉପ ନିର୍ବାଚନ ପାଇଁ ଟିକେଟ ଦେଇଥିଲା। ଏହା ବରିଷ୍ଠ ନେତା ଶ୍ରୀ ମିଶ୍ରାଙ୍କ ପାଇଁ ଝଟକା ସଦୃଶ ହୋଇଥିଲା। ଶ୍ରୀ ମିଶ୍ରାଙ୍କ ସମର୍ଥକମାନେ ଏହାକୁ ତୀବ୍ର ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ, ମହିଳାମାନେ ରାସ୍ତାରେ ଶୋଇ ରହି ଏହାର ପ୍ରତିବାଦ କରିଥିଲେ, ଦଳୀୟ କର୍ମକର୍ତ୍ତାମାନେ ଇସ୍ତଫା ଘୋଷଣା କରିଥିଲେ । ହେଲେ ଦଳୀୟ ନେତୃବୃନ୍ଦ ନିଷ୍ପତ୍ତି ପରିବର୍ତ୍ତନ ନକରି ଏଥିରେ ତାଳି ପକାଇବାକୁ ଉଦ୍ୟମ କରିଥିଲେ। ହେଲେ ଏହା ଶ୍ରୀ ମିଶ୍ରାଙ୍କୁ ଏହା ସନ୍ତୁଷ୍ଟ କରି ନଥିଲା। ଦଳୀୟ ଗୋଷ୍ଠି କନ୍ଦଳ ଶେଷରେ କଂଗ୍ରେସ ବିଜୟର ବାଟ କଢ଼ାଇଥିଲା ।

Leave a comment

Your email address will not be published. Required fields are marked *